ଗୁଳି କରି ଲୁଟି ନେଲେ ୬ ଲକ୍ଷ, ପୁଅ ମୃତ ଓ ବାପା ଆହତ

ଭୁବନେଶ୍ବର: କଳାହାଣ୍ଡି ଜିଲା ଜୁନାଗଡରେ ଏକ ଅଭାବନୀୟ ଘଟଣା ଘଟି ଯାଇଛି। ଦୁର୍ବୃତ୍ତମାନେ ଗୁଳି କରି ବାପା-ପୁଅଙ୍କ ଠାରୁ ୬ ଲକ୍ଷ ଟଙ୍କା ଲୁଟି ନେଇଛନ୍ତି। ଦୁର୍ବୃତ୍ତଙ୍କ ଗୁଳି ମାଡରେ ପୁଅର ପ୍ରାଣହାନି ଘଟିଥିବା ବେଳେ ବାପା ଗୁରୁତର ହୋଇଥିବା ଅଭିଯୋଗ ହୋଇଛି।

ସୂଚନାଯୋଗ୍ୟ, କଳାହାଣ୍ଡିର ବାପା କ୍ଷିତି ନାୟକ ଓ ପୁଅ ବଳଭଦ୍ର କୌଣସି କାମ ପାଇଁ ୬ ଲକ୍ଷ ଟଙ୍କା ସାଙ୍ଗରେ ନେଇ ଜୁନାଗଡ ଯାଉଥିଲେ। ଏହି ସମୟରେ କିଛି ଦୁର୍ବୃତ୍ତ ସେମାନଙ୍କୁ ବାଇକରେ ପିଛା କରି ଆକ୍ରମଣ କରିଥିଲେ। ଦୁର୍ବୃତ୍ତମାନେ ବାପା-ପୁଅ ଉପରକୁ ଗୁଳି ଚଳାଇ କରି ସେମାନଙ୍କ ଠାରୁ ଟଙ୍କା ବ୍ୟାଗ୍ ଛଡାଇ ନେଇ ଘଟଣାସ୍ଥଳରୁ ଫେରାର ହୋଇ ଯାଇଥିଲେ। ସେହି ରାସ୍ତା ଦେଇ ଯାଉଥିବା କିଛି ଲୋକ ଉଭୟଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରିଥିଲେ। ଚିକିତ୍ସାଧୀନ ଅବସ୍ଥାରେ ପୁଅ ବଳଭଦ୍ର ନାଏକଙ୍କ ମୃତ୍ୟୁ ଘଟିଥିବା ବେଳେ ବାପା କ୍ଷିତି ନାୟକଙ୍କ ଅବସ୍ଥା ଗୁରୁତର ରହିଛି। ପୁଲିସ ଏହି ଘଟଣାର ତଦନ୍ତ ଆରମ୍ଭ କରିଛି।

Comments are closed.