ନିର୍ମାଣଧୀନ ସିମେଣ୍ଟ କାରଖାନାରେ କ୍ରେନ୍‍ ପଡ଼ି ୬ ଶ୍ରମିକ ମୃତ

0

ବେଙ୍ଗାଲୁର : କର୍ଣ୍ଣାଟକ ବେଙ୍ଗାଲୁରରେ ଗୁରୁବାର ସନ୍ଧ୍ୟାରେ ନିର୍ମାଣଧୀନ ଏକ ସିମେଣ୍ଟ କାରଖାନାର କ୍ରେନ୍‍ ଖସିପଡ଼ିବାରୁ ୬ ଶ୍ରିମକଙ୍କ ମୃତ୍ୟୁ ଘଟିଛି ଓ ଅନେକ ଆହତ ହୋଇଛନ୍ତି। ଘଟଣାସ୍ଥଳରେ ପୁଲିସ୍‍ ଓ ଜିଲା ପ୍ରଶାସନ ଅଧିକାରୀ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି। ଆହତଙ୍କୁ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଜିଲା ପ୍ରଶାସନ ଘଟଣାର ତଦନ୍ତ ନିର୍ଦେଶ ଦେଇଛି। କ୍ରେନ୍‍ ଖସିପଡ଼ିବାର ସଠିକ୍‍ କାରଣ ଜଣାପଡ଼ିନାହିଁ। କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ଏଚ୍‍.ଡ଼ି କୁମାରସ୍ୱାମୀ ଏବଂ ଅନ୍ୟ ଅଧିକାରୀମାନେ ଘଟଣାସ୍ଥଳକୁ ଯାଇ ଉଦ୍ଧାର କାର୍ଯ୍ୟ ତଦାରଖ କରିଛନ୍ତି ଓ ଆହତଙ୍କୁ ସମସ୍ତ ପ୍ରକାର ସହଯୋଗ ଯୋଗାଇ ଦେବାକୁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦେଶ ଦେଇଛନ୍ତି। ଦୁର୍ଘଟଣା ଘଟିବା ସମୟରେ ନିର୍ମାଣ କାର୍ଯ୍ୟ ଚାଲୁଥିଲା। କ୍ରେନ୍‍ରେ କେତେକ ଶ୍ରମିକ କାର୍ଯ୍ୟ କରୁଥିଲେ।

Leave A Reply