ସୁପ୍ରିମକୋର୍ଟର ୬ ବିଚାରପତିଙ୍କୁ ସ୍ବାଇନ୍‌ ଫ୍ଲୁ

ନୂଆଦିଲ୍ଲୀ: ସୁପ୍ରିମକୋର୍ଟଙ୍କ ୬ ବିଚାରପତି ସ୍ବାଇନ୍‌ ଫ୍ଲୁ ଅର୍ଥାତ ଏଚ-୧ଏନ-୧ ଭୂତାଣୁ ଦ୍ବାରା ସଂକ୍ରମିତ ହୋଇଛନ୍ତି। ବିଚାରପତି ଡି.ୱାଇ. ଚନ୍ଦ୍ରଚୂଡ଼ ମଙ୍ଗଳବାର ଏହି ସୂଚନା ଦେଇଛନ୍ତି। ଏହା ସହିତ ଜଷ୍ଟିସ ଚନ୍ଦ୍ରଚୂଡ଼ ଏ ସମ୍ପର୍କରେ ଜରୁରୀ ନିର୍ଦେଶନାମା ଜାରି କରିବା ଲାଗି ପ୍ରଧାନ ବିଚାରପତି ଏସ. ଏ. ବୋବଡେଙ୍କୁ ଅନୁରୋଧ କରିଛନ୍ତି। ନ୍ୟାୟାଳୟର ୨ ନମ୍ବର କୋର୍ଟରେ ବିଚାରପତି ସଞ୍ଜୀବ ଖାନା ମାସ୍କ ପିନ୍ଧି ବସିଥିବା ଦେଖିବାକୁ ମିଳିଛି।

Comments are closed.