ପରସ୍ପର ସଂଘର୍ଷରୁ ଗୁଳିକାଣ୍ଡ, ୬ ଆଇଟିବିପି ଯବାନ ମୃତ

ରାୟପୁର: ଯବାନଙ୍କ ମଧ୍ୟରେ ସଂଘର୍ଷରୁ ଗୁଳିକାଣ୍ଡ ଘଟିବାରୁ ୬ ଜଣ ଯବାନଙ୍କ ମୃତ୍ୟୁ ଘଟିଛି। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ଛତିଶଗଡ଼ର ମାଓବାଦୀ ଉପଦ୍ରୁତ ନାରାୟଣପୁର ଜିଲାରେ। ମୃତକମାନେ ସମସ୍ତେ ଆଇଟିବିପି(ଇଣ୍ଡୋ ତିବ୍ଦତୀୟ ବର୍ଡର ପୁଲିସ)ର ଯବାନ। ଏଥିରେ ଅନ୍ୟ ୨ ଯବାନ ଗୁରୁତର ଆହତ ହୋଇଛନ୍ତି। ସେମାନଙ୍କୁ ଚିକିତ୍ସା ପାଇଁ ରାୟପୁର ପଠାଇ ଦିଆଯାଇଛି।

ସୂଚନା ଅନୁସାରେ, ନାରାୟଣପୁର ଜିଲା ମୁଖ୍ୟାଳୟଠାରୁ ୬୦ କିଲୋମିଟର ଦୂର କଡ଼େନାର ଅଞ୍ଚଳରେ ଆଇଟିବିପି ଯବାନମାନେ ମାଓବାଦୀ ଦମନ ଅଭିଯାନରେ ମୁତୟନ ଥିଲେ। ଯବାନଙ୍କ ଶିବିରରେ କୌଣସି କଥାକୁ ନେଇ ପରସ୍ପରଙ୍କ ମଧ୍ୟରେ ବିବାଦ ଆରମ୍ଭ ହୋଇଥିଲା। ଫଳରେ ଯବାନମାନଙ୍କ ମଧ୍ୟରେ ମାରପିଟ୍‌ ଆରମ୍ଭ ହୋଇଯାଇଥିଲା। କିଛି ଯବାନ ସର୍ଭିସ ବନ୍ଧୁକରୁ ପରସ୍ପରଙ୍କୁ ଗୁଳିମାଡ଼ କରିଥିଲେ। ଫଳରେ ଘଟଣାସ୍ଥଳରେ ୬ଜଣଙ୍କ ମୃତ୍ୟୁ ହୋଇଯାଇଥିବା ନାରାୟଣପୁର ଜିଲା ଏସପି ମୋହିତ ଗର୍ଗ ସୂଚନା ଦେଇଛନ୍ତି।

Comments are closed.