ବୁଲେଟ ଧକ୍କାରେ ୬ ଆହତ

ନବରଙ୍ଗପୁର : ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ମଇଦଲପୁର ଗ୍ରାମ ଚରାମୁଲା ଛକ ନିକଟରେ ସନ୍ଧ୍ୟା ୬ଟା ସମୟରେ ବୁଲେଟ ଧକ୍କାରେ ଚାଳକ ସହ ୫ ଜଣ ଆହତ ହୋଇଛନ୍ତି। ସୂଚନା ଅନୁଯାୟୀ ଉମରକୋଟ ଟାଉନ ର ବଉଳ ମଣ୍ଡଳ (୧୯)  ଗୋବିନ୍ଦ ସେନ (୨୪) ପିଣ୍ଟୁ ମାଝୀ(୨୧) ରାକେଶ ମାଝୀ (୨୨) ସେମାଳା ଗ୍ରାମରେ ପୁଟି କାମକରି ରହୁଛନ୍ତି । ଆଜି ସନ୍ଧ୍ୟା ସମୟରେ ମଇଦଲପୁର ବଜାର କୁ ଆସି ପନିପରିବା କିଣି ଚାଲି ଚାଲି ସେମାଳା ଗ୍ରାମକୁଫେରୁଥିଲେ। ମଇଦଲପୁର ଗ୍ରାମ ଚରାମୁଲା ଚକ ନିକଟରେ ଜୟପାଟଣା ରୁ କୋରାପୁଟ ଯାଉଥିବା ବୁଲେଟ ଓଡ଼ି -୦୮ ଏମ ୨୬୭୪ ପଛପଟୁ ଚାରି ଜଣ କୁ ଧୋକ୍କା ଦେଇଥିଲା। ଦୁର୍ଘଟଣାରେ ବୁଲେଟ ଚାଳକ ଜୟପାଟଣା ଗ୍ରାମର୍ ତେଜରାଜ ନାୟକ ସହ ଚାରି ଜଣ ପଥ ଚାରି ଆହତ ହୋଇଥିଲେ। ଗ୍ରାମବାସୀ ପାଞ୍ଚ ଜଣ ଆହତ କୁ ମଇଦଲପୁର ଉପସ୍ୱାସ୍ଥ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ତେଜରାଜ ଙ୍କ ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ପାପଡାହାଣ୍ଡି ଗୋଷ୍ଠି ସ୍ୱାସ୍ଥ କେନ୍ଦ୍ର କୁ ସ୍ଥାନାନ୍ତର କରାଯାଇଥିଲା। ପାପଡାହାଣ୍ଡି ଗୋଷ୍ଟି ସ୍ୱାସ୍ଥକେନ୍ଦ୍ର ରେ ତେଜରାଜ ସ୍ୱାସ୍ଥ ଅଵସ୍ଥା ଉନ୍ନତି ନହେବା ଯୋଗୁ ତାଙ୍କୁ ନବରଙ୍ଗପୁର ଜିଲ୍ଲା ଚିକିତ୍ସାଳୟ ସ୍ଥାନାନ୍ତର କରାଯାଇଛି। ବଉଳ ଓ ଗୋବିନ୍ଦ ବର୍ତ୍ତମାନ ମଇଦଲପୁର ଉପସ୍ୱାସ୍ଥ କେନ୍ଦ୍ର ଚିକିତ୍ସିତ ହେଉଛନ୍ତି ତାଙ୍କ ସ୍ୱାସ୍ଥ ଅଵସ୍ଥା ବର୍ତ୍ତମାନ ସ୍ଥିର ରହିଥିବା ସୂଚନା ମିଳିଛି। ପିଣ୍ଟୁ ମାଝୀ ଓ ରାକେଶ କୁ ଚିକିତ୍ସା ପରେ ଘରକୁ ଫେରିଛନ୍ତି। ଘଟଣା ସ୍ଥଳ ମଇଦଲପୁର ପାଣ୍ଟି ଏଏସଆଇ ଘଟଣା ସ୍ଥଳ ପହଞ୍ଚି ବାଇକ ଜବତ କରି ତଦନ୍ତ ଆରମ୍ଭ କରିଛନ୍ତି।

Comments are closed.