କେନାଲକୁ ଖସିପଡ଼ିଲା କାର୍‌, ୬ ମୃତ

ଗ୍ରେଟର ନୋଏଡ଼ା: ଉତ୍ତରପ୍ରଦେଶର ଗ୍ରେଟର ନୋଏଡ଼ାରେ ରବିବାର ବିଳମ୍ବିତ ରାତିରେ ଏକ ବଡ଼ ଧରଣର ସଡ଼କ ଦୁର୍ଘଟଣା ଘଟିଛି। ଏକ କାର୍‌ କେନାଲରେ ଖସିପଡ଼ିବାରୁ ୨ ଶିଶୁ ସମେତ ୬ ଜଣଙ୍କ ମୃତ୍ୟୁ ଘଟିଛି। ଏହା ବ୍ୟତୀତ ଅନ୍ୟ ୫ ଜଣ ଗୁରୁତର ଆହତ ହୋଇଛନ୍ତି।

ସୂଚନା ଅନୁସାରେ, ଦନକୌର ଥାନା ଅଧୀନ ଖେରଲୀ ଗାଁ ନିକଟରେ ଏହି ଦୁର୍ଘଟଣା ଘଟିଛି। ଉକ୍ତ କାରଟି ସମ୍ଭଲରୁ ଦିଲ୍ଲୀ ଯାଉଥିଲା। ବିଳାସପୁରର ଖେରଲୀ ଗାଁ ନିକଟରେ କାରଟି ଭାରସାମ୍ୟ ହରାଇ କେନାଲରେ ପଶିଯାଇଥିଲା। କାରରେ ମୋଟ ୧୧ ଜଣ ଥିଲେ। ଏହି କାର୍‌ ସହିତ ଅନ୍ୟ ଏକ କାର ବି ଯାଉଥିଲା। ଦୁଇଟି ଯାକ କାରରେ ପରିବାର ଲୋକ ଏବଂ ସମ୍ପର୍କୀୟମାନେ ଥିଲେ। ଦୁର୍ଘଟଣା ପରେ ସ୍ଥାନୀୟ ଲୋକଙ୍କ ସହାୟତାରେ ସମସ୍ତ ଆହତଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ସେଠାରେ ଡାକ୍ତର ୬ ଜଣଙ୍କୁ ମୃତ ଘୋଷଣା କରିଥିଲେ।

Comments are closed.