ଖୋଲା ରହିବ ୬ବିଭାଗ

ଭୁବନେଶ୍ୱର : ସଂପ୍ରତି ବିଶ୍ବରେ କରୋନାର ଜଟିଳ ପରିସ୍ଥିତିକୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କ ପକ୍ଷରୁ କେଉଁ ବିଭାଗ ଖୋଲା ରହିବ ଏବଂ ବନ୍ଦ ରହିବ ସେନେଇ ଏକ ନିର୍ଦେଶନାମା ଜାରି କରାଯାଇଛି। ସାଧାରଣ ପ୍ରଶାସନ ବିଭାଗ ପ୍ରମୁଖ ସଚିବ ସଞ୍ଜୀବ ଚୋପ୍ରା ଶନିବାର  ଆସନ୍ତା ୨୯ତାରିଖ ପର୍ଯ୍ୟନ୍ତ ଏକ ନିର୍ଦେଶନାମା ଜାରି କରିଛନ୍ତି। ତାଙ୍କ ନିର୍ଦେଶନାମାରେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ, ସାଧାରଣ ପ୍ରଶାସନ, ନଗର ଉନ୍ନୟନ, ସ୍ବାସ୍ଥ୍ୟ, ଗୃହ ଓ ସ୍ବତନ୍ତ୍ର ରିଲିଫ କମିଶନ ବିଭାଗର ଗୁରୁଦାୟିତ୍ବ ରହିଥିବାରୁ ଏହାକୁ ଜରୁରୀକାଳୀନ ସେବା ଲାଗି ଉନ୍ମୁକ୍ତ ରହିବାକୁ ନିର୍ଦେଶ ଦିଆଯାଇଛି। ସେହିପରି ଆଶିଂକ ଜଟିଳ ସେବା ଲାଗି ଶକ୍ତି, ଅର୍ଥ, ସୂଚନା ଓ ଲୋକସମ୍ପର୍କ, ପଞ୍ଚାୟତିରାଜ, ରାଜସ୍ବ, ଅନୁସୂଚିତ ଜାତି ଓ ଜନଜାତି, ନିର୍ମାଣ, ବାଣିଜ୍ୟ ଓ ପରିବହନ ଏବଂ ବୈଦ୍ୟୁତିକ ଓ ଆଇଟି ବିଭାଗକୁ ଦର୍ଶାଯାଇଛି। ତେବେ କରୋନାର ଏହି ଜଟିଳ ପରିସ୍ଥିତିରେ ୨୫ଟି ବିଭାଗର ସମ୍ପୃକ୍ତି ନଥିବାରୁ ସରକାର କୃଷି, ସମବାୟ, ଅବକାରୀ, ଜଙ୍ଗଲ ଓ ପରିବେଶ, ହସ୍ତତନ୍ତ, ଉଚ୍ଚଶିକ୍ଷା,ଗଣଶିକ୍ଷା, ଆଇନ, ଶିଳ୍ପ ଭଳି ୨୫ଟି ବିଭାଗକୁ ସମ୍ପୂର୍ଣ୍ଣ ଭାବେ ଆସନ୍ତା ୨୯ତାରିଖ ପର୍ଯ୍ୟନ୍ତ ବନ୍ଦ ରଖିବାକୁ ନିଷ୍ପତ୍ତି ନେଇଛନ୍ତି।

Comments are closed.