ଦୁଇ କାର ମୁହାଁମୁହିଁ ଧକ୍କା; ସେନା ଅଧିକାରୀଙ୍କ ସମେତ ୬ ମୃତ

ଇନ୍ଦୋର: ମଧ୍ୟପ୍ରଦେଶରେ ମଙ୍ଗଳବାର ସକାଳେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଦୁଇଟି କାର ମୁହାଁମୁହିଁ ଧକ୍କା ହେବା ଫଳରେ ଜଣେ ସେନା ଅଧିକାରୀଙ୍କ ସମେତ ୬ ଜଣଙ୍କ ମୃତ୍ୟୁ ଘଟିଛି। ଦୁର୍ଘଟଣାରେ ଅନ୍ୟ ୫ ଜଣ ଗୁରୁତର ଆହତ ହୋଇଛନ୍ତି।

ସୂଚନା ଅନୁସାରେ, ଇନ୍ଦୋରରେ ଏହି ଦୁର୍ଘଟଣା ଘଟିଛି। ଇନ୍ଦୋରର ତେଜାଜୀ ନଗର ଥାନା ଅନ୍ତର୍ଗତ ରାଲାମଣ୍ଡଳ ନିକଟରେ ମଙ୍ଗଳବାର ଭୋର ସମୟରେ ଦ୍ରୁତ ବେଗରେ ଆସୁଥିବା ଦୁଇଟି କାର୍‌ ମୁହାଁମୁହିଁ ଧକ୍କା ହୋଇଥିଲେ। ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ କାର ଦୁଇଟି ସମ୍ପୂର୍ଣ୍ଣ କ୍ଷତିଗ୍ରସ୍ତ ହୋଇଯାଇଥିଲା। ଖବର ପାଇ ପୁଲିସ ପହଞ୍ଚି ସ୍ଥାନୀୟ ଲୋକଙ୍କ ସହାୟତାରେ ମୃତଦେହଗୁଡ଼ିକୁ କାରରୁ ବାହାର କରିବା ସହିତ ବ୍ୟବଚ୍ଛେଦ ପାଇଁ ହସ୍ପିଟାଲ ପଠାଇଥିଲା। ଆହତମାନଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

Comments are closed.