୬ କୋଟି ପିଏଫ ହିତାଧିକାରୀଙ୍କ ପାଇଁ ଖୁସି ଖବର : ଇପିଏଫ ଜମା ଉପରେ ୮.୫% ସୁଧ ?

ନୂଆଦିଲ୍ଲୀ : ଦେଶର ପ୍ରାୟ ୬ କୋଟି ସରକାରୀ କର୍ମଚାରୀଙ୍କ ପାଇଁ ଏକ ଖୁସି ଖବର। କର୍ମଚାରୀ ଭବିଷ୍ୟନିଧି ପାଣ୍ଠି ଅଧୀନରେ ଥିବା କର୍ମଚାରୀଙ୍କ ଖାତରେ ୨୦୨୦-୨୧ ଆର୍ଥିକ ବର୍ଷ ପାଇଁ ୮.୫ ପ୍ରତିଶତ ସୁଧ ପ୍ରଦାନ କରାଯିବ ବୋଲି ବିଶେଷ ସୂତ୍ରରୁ ଜଣାପଡ଼ିଛି। ଶ୍ରମ ମନ୍ତ୍ରଣାଳୟ ଏହି ପ୍ରସ୍ତାବକୁ ସବୁଜ ସଙ୍କେତ ଦେଇଛି ଏବଂ ଜୁଲାଇ ଶେଷ ସୁଦ୍ଧା ସୁଧ ହିତାଧିକାରୀଙ୍କ ଆକାଉଣ୍ଟରେ ଜମା ହେବ।

ଗତ ବର୍ଷ, ଅନେକ କର୍ମଚାରୀ ଭବିଷ୍ୟନିଧି ପାଣ୍ଠି ଅଧୀନରେ ଆକାଉଣ୍ଟଧାରୀଙ୍କୁ ୨୦୧୯-୨୦ ପାଇଁ ସୁଧ ପାଇବାକୁ ୧୦ ମାସ ପର୍ୟ୍ୟନ୍ତ ଅପେକ୍ଷା କରିବାକୁ ପଡିଥିଲା । ଇପିଏଫଓ ୨୦୨୦-୨୧ ଆର୍ଥିକ ବର୍ଷ ପାଇଁ ସୁଧ ହାରକୁ ୮.୫ ପ୍ରତିଶତରେ ଅପରିବର୍ତ୍ତିତ ରଖିବାକୁ ନିଷ୍ପତ୍ତି ନେଇଛି। ଏଥିସହ, କୋଭିଡ ଦ୍ୱିତୀୟ ଲହର ଜନିତ ପରିସ୍ଥିତିର ମୁକାବିଲା ପାଇଁ ସେମାନଙ୍କ ସଞ୍ଚୟ ଖାତାରୁ ଦ୍ୱିତୀୟ କିସ୍ତି ଅଗ୍ରୀମ ଉଠାଇବାକୁ ଅନୁମତି ପ୍ରଦାନ କରିଛି।

Comments are closed.