ବ୍ରହ୍ମପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ପୁଣି ୬ କରୋନା ଆକ୍ରାନ୍ତ ଚିହ୍ନଟ

ଗୁରୁଡିଝାଟିଆ : ଯେତେ ଅଧିକ କରୋନା ପରୀକ୍ଷା ହେଉଛି ସଂକ୍ରମିତ ସଂଖ୍ୟା ବଢ଼ିବାରେ ଲାଗିଛି। କେବଳ ସହର କାହିଁକି ଗ୍ରାମାଞ୍ଚଳରେ ସ୍ଥିତି ବିଗିଡିଗଲାଣି। ସୋମବାର ବ୍ରହ୍ମପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ୬କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ଜଣେ ଯୁବତୀ ,ଅନ୍ୟ ଦୁଇଜଣ ମହିଳାଙ୍କ ସହିତ ୩ଜଣ ପୁରୁଷ ଅଟନ୍ତି। ମଞ୍ଚେଶ୍ୱର ପଞ୍ଚାୟତ ନାରଙ୍ଗବସ୍ତରୁ ୨୩ ବର୍ଷ ବୟସ୍କା ଯୁବତୀ କରୋନାରେ ଆକ୍ରାନ୍ତ ହୋଇଥିବା ବେଳେ ଘଣ୍ଟିଖାଲରୁ ୪ ଜଣଙ୍କ ମଧ୍ୟରୁ ଜଣେ ମହିଳା କରୋନାରେ ଆକ୍ରାନ୍ତ ଅଛନ୍ତି। ଅନ୍ୟଜଣେ କଖଡି ପଞ୍ଚାୟତର ବିଦ୍ୟାଧରପୁର ଗ୍ରାମର ବୋଲି ଗୋଷ୍ଠୀ ସ୍ୱାସ୍ଥ୍ୟା ଅଧିକାରୀ ଡାକ୍ତର ଦିଲ୍ଲିପ ଦାସ ପ୍ରକାଶ କରିଛନ୍ତି। ଆଜି ମୋଟ ୯୭ଜଣଙ୍କ ସ୍ୱାବ ସଂଗ୍ରହ କରାଯାଇଥିଲା। ସେଥିରୁ ୬୫ଜଣ ଆରଟିପିସିଆର ଓ ୩୨ଜଣ ଆଣ୍ଟିଜେନ ପରୀକ୍ଷା କରିଥିଲେ।

Comments are closed.