ଜାନୁଆରୀ ୧୦ରୁ ଚାଲିବ ୬ ଯୋଡ଼ା ଅତିରିକ୍ତ ବିଶେଷ ଟ୍ରେନ

ଭୁବନେଶ୍ବର: ପୂର୍ବତଟ ରେଳପଥ ମଧ୍ୟରୁ ୬ ଯୋଡ଼ା ଅତିରିକ୍ତ ବିଶେଷ ଟ୍ରେନ୍ ଚଳାଚଳ କରିବ। ଭୁବନେଶ୍ୱରରୁ ପୁଣେ ଏବଂ ତିରୁପତି ଆଡକୁ ସ୍ୱତନ୍ତ୍ର ଟ୍ରେନ୍ ଚଳାଚଳ କରିବାକୁ ଥିବାବେଳେ ବିଶାଖାପାଟନମରୁ ସାଇନଗର ସିରିଡ଼ି, କୋଲାମ ଏବଂ ଚେନ୍ନାଇ ଆଡକୁ ସ୍ୱତନ୍ତ୍ର ଟ୍ରେନ୍ ଚାଲିବ। ତେବେ ଜାନୁଆରୀ ୧୦ରୁ ଏହି ଅତିରିକ୍ତ ସ୍ୱତନ୍ତ୍ର ଟ୍ରେନ୍ ଚାଲିବ ବୋଲି ପୂର୍ବତଟ ରେଳପଥ ପକ୍ଷରୁ ସୂଚନା ଦିଆଯାଇଛି।

ଭୁବନେଶ୍ୱର-ପୁନେ-ଭୁବନେଶ୍ୱର ସ୍ୱତନ୍ତ୍ର ଟ୍ରେନ୍ ଭୁବନେଶ୍ୱରରୁ ଜାନୁଆରୀ ୧୨ରୁ ଚାଲିବାକୁ ଥିବାବେଳେ ଭୁବନେଶ୍ୱର-ତିରୁପତି-ଭୁବନେଶ୍ୱର ସ୍ୱତନ୍ତ୍ର ଟ୍ରେନ୍ ଭୁବନେଶ୍ୱରରୁ ଜାନୁଆରୀ ୧୦ରୁ ଚଳାଚଳ କରିବ। ସେହିପରି ବିଶାଖାପାଟନମ୍- ସିରିଡ଼ି-ବିଶାଖାପାଟନମ୍ ସ୍ୱତନ୍ତ୍ର ଟ୍ରେନ୍ ବିଶାଖାପାଟନମରୁ ୧୪ ଜାନୁଆରୀରୁ ଚଳାଚଳ କରିବ। ବିଶାଖାପାଟନମ୍-କୋଲାମ-ବିଶାଖାପାଟନମ୍ ସ୍ୱତନ୍ତ୍ର ଟ୍ରେନ୍ ଜାନୁଆରୀ ୧୪ରୁ ଚାଲିବ। ବିଶାଖାପାଟନମ୍-ଚେନ୍ନାଇ ଓ ସେଣ୍ଟ୍ରାଲ୍-ବିଶାଖାପାଟନମ୍ ସ୍ୱତନ୍ତ୍ର ଟ୍ରେନ୍ ୧୫ ଜାନୁଆରୀରୁ ଚଳାଚଳ କରିବ। ସମ୍ବଲପୁର-ଜାମ୍ମୁତାୱି-ସମ୍ବଲପୁର ସ୍ୱତନ୍ତ୍ର ଟ୍ରେନ୍ ସମ୍ବଲପୁରରୁ ଜାନୁଆରୀ ୧୧ରୁ ଚଳାଚଳ କରିବ ବୋଲି ପୂର୍ବତଟ ରେଳପଥ ପକ୍ଷରୁ ସୂଚନା ଦିଆଯାଇଛି।

Comments are closed.