ଉପକୂଳ ସବୁଜବଳୟ ପୁନରୁଦ୍ଧାର ପାଇଁ ୫ ବର୍ଷିଆ ଯୋଜନା

ଭୁବନେଶ୍ୱର: ଉପକୂଳ ଅଞ୍ଚଳର ବନସମ୍ପଦର ଏବଂ ସବୁଜିମା ପୁନରୁଦ୍ଧାର ପାଇଁ ୫ ବର୍ଷିଆ ଉପକୂଳ ସୁରକ୍ଷା ବଳୟ ପୁନରୁଦ୍ଧାର ଓ ବନୀକରଣ ଯୋଜନା କାର୍ଯ୍ୟକାରୀ କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି। ଆସନ୍ତା ୫ ବର୍ଷରେ ଏହି ଯୋଜନା ପାଇଁ ୨୦୦ କୋଟି ଟଙ୍କା ଖର୍ଚ୍ଚ କରାଯିବ। ଏହାକୁ ମିଶନ ମୋଡ଼ରେ କାର୍ଯ୍ୟକାରୀ କରାଯିବ।

ସୂଚନା ଅନୁଯାୟୀ ଆସନ୍ତା ୫ବର୍ଷରେ ଫନୀ କ୍ଷତିଗ୍ରସ୍ତ ଅଞ୍ଚଳରେ ୨୦୧୯-୨୦ରେ ୮୦୦୦ ହେକ୍ଟର ପରିମିତ ଅଞ୍ଚଳରେ ୧କୋଟି ୩୦ଲକ୍ଷ ଚାରା ରୋପଣ କରାଯିବ। ସେହିପରି ସହରାଞ୍ଚଳ ବୃକ୍ଷରୋପଣ ଯୋଜନାରେ ଆସନ୍ତା ୫ବର୍ଷ ମଧ୍ୟରେ ୫ଲକ୍ଷ ବୃକ୍ଷରୋପଣ କରାଯିବ। ଚଳିତ ବର୍ଷ ୧ ଲକ୍ଷ ଗଛ ଲଗାଯିବ ସହିତ ଆସନ୍ତା ୩ବର୍ଷ ପାଇଁ ଇଂଟର କ୍ରପିଂ ପ୍ୟାକେଜ ଦିଆଯିବ। ଅନ୍ୟ ପକ୍ଷରେ ଜନସାଧାରଣଙ୍କୁ ୫ଲକ୍ଷ ଫଳ ଗଛ ଚାରା ଯୋଗାଇ ଦିଆଯିବା ସହିତ ୪ଲକ୍ଷ ନ୍ୟୁଟ୍ରି ଗାର୍ଡେନ କରାଯିବ।

Comments are closed.