ଆଦିବାସୀ ଅଧ୍ୟୁଷିତ ନବରଙ୍ଗପୁର ଜିଲ୍ଲାରେ ସଫଳତାର ସହ ଅନୁଷ୍ଠିତ ହେଲା ପଞ୍ଚମ ଶ୍ରେଣୀର ବୃତ୍ତି ପରୀକ୍ଷା

ନବରଙ୍ଗପୁର ( ଆ ପ୍ର ) – ନବରଙ୍ଗପୁର ବ୍ଲକ ସ୍ତରୀୟ ପଞ୍ଚମ ଶ୍ରେଣୀ ର ପ୍ରାଥମିକ ବୃତ୍ତି ପରୀକ୍ଷା ସ୍ଥାନୀୟ ରାଜା ଚୈତନ୍ୟ ଦେବ ନୋଡାଲ ସରକାର ଉଚ୍ଚ ବିଦ୍ୟାଳୟ ଠାରେ ଅନୁଷ୍ଠିତ ହୋଇଯାଇଛି | ପ୍ରତ୍ୟେକ ବର୍ଷ ପଞ୍ଚମ ଶ୍ରେଣୀରେ ଅଧ୍ୟାନରତ ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରୁ ମେଧାବୀ ଛାତ୍ର ଛାତ୍ରୀ ଙ୍କୁ ନେଇ ପ୍ରାଥମିକ ବୃତ୍ତି ପରୀକ୍ଷା ଅନୁଷ୍ଠିତ ହୋଇଥାଏ |

କୋଭିଡର ସମସ୍ତ କଟକଣା ଓ ନିୟମ ଅନୁସାରେ ପରୀକ୍ଷା ଅନୁଷ୍ଠିତ ହୋଇଥିଲା । ୧୯୯ ଜଣ ପରୀକ୍ଷା ଦେବା ପାଇଁ ନାମ ପଞ୍ଜିକରଣ କରିଥିବା ବେଳେ ୧୭୭ ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିଲେ ।

ଏହି ପରୀକ୍ଷା କେନ୍ଦ୍ରର ୧୨ ଜଣ ଶିକ୍ଷକ ଶିକ୍ଷୟତ୍ରୀ ପରୀକ୍ଷା ନିରୀକ୍ଷକ ଦାୟିତ୍ୱ ସୁଚାରୁ ରୂପେ ତୁଲାଇ ଥିବା ବେଳେ ଗୋଷ୍ଠୀ ଶିକ୍ଷାଧିକାରୀ ସୁପ୍ରିୟା ନାୟକ ସୁପେରିଟେଣ୍ଡେଣ୍ଟ ଦାୟିତ୍ୱ ରେ ରହି ତଦାରଖ କରିଥିଲେ, ସହକାରୀ ଗୋଷ୍ଠୀ ଶିକ୍ଷାଧିକାରୀ ନମିତା ଘଡେଇ ପର୍ଯ୍ୟବେକ୍ଷଣ ଦାୟିତ୍ୱ ରେ ରହି ପରିଚାଳନା କରିଥିଲେ | ସାମଗ୍ରିକ ପରିଚାଳନା ରେ ଅନ୍ୟତମ ଗୋଷ୍ଠୀ ଶିକ୍ଷାଧିକାରୀ ପୁଷ୍ପାଞ୍ଜଳି ମହାନ୍ତି ଉପସ୍ଥିତ ଥିଲେ |

Comments are closed.