ପଞ୍ଚମ ପର୍ଯ୍ୟାୟ ନିର୍ବାଚନ : ୬୨.୫୬ ପ୍ରତିଶତ ମତଦାନ

ନୂଆଦିଲ୍ଲୀ :  ପଞ୍ଚମ ପର୍ଯ୍ୟାୟ ଲୋକସଭା ନିର୍ବାଚନ ପାଇଁ ସୋମବାର ସନ୍ଧ୍ୟାରେ ମତଦାନ ଶେଷ ହୋଇଛି । କଡ଼ା ନିରାପତ୍ତା ବ୍ୟବସ୍ଥା ମଧ୍ୟରେ ଏହି ପର୍ଯ୍ୟାୟରେ ୭ଟି ରାଜ୍ୟର ୫୧ଟି ନିର୍ବାଚନ ମଣ୍ଡଳୀରେ ଭୋଟ୍‍ ଗ୍ରହଣ ହୋଇଛି । ଅପରାହ୍ଣ ୫ଟା ସୁଦ୍ଧା ଶତକଡ଼ା ୬୨.୫୬ ପ୍ରତିଶତ ମତଦାନ ହୋଇଥିବା ଜଣାପଡିଛି । ତେବେ ମଙ୍ଗଳବାର ମତଦାନ ସଂପର୍କରେ ଚୁଡାନ୍ତ ରିପୋର୍ଟ ଜଣାପଡିବ।

ଏହି ପର୍ଯ୍ୟାୟରେ ଉତ୍ତର ପ୍ରଦେଶର ୧୪ଟି ଲୋକସଭା ନିର୍ବାଚନ ମଣ୍ଡଳୀ, ରାଜସ୍ଥାନର ୧୨ଟି, ମଧ୍ୟପ୍ରଦେଶ ଓ ପଶ୍ଚିମବଙ୍ଗର ୭ଟି ଲେଖାଏଁ, ବିହାରର ୫ଟି ଓ ଝାଡ଼ଖଣ୍ଡର ୪ଟି ନିର୍ବାଚନ ମଣ୍ଡଳୀରେ ଆଜି ଭୋଟ୍‍ ଭୋଟ୍ ଗ୍ରହଣ କରାଯାଇଛି । ଜମ୍ମୁ-କାଶ୍ମୀରରେ ଲଦାଖ୍‍ ଓ ଅନନ୍ତନାଗ ନିର୍ବାଚନ ମଣ୍ଡଳୀର ପୁଲ୍‍ୱାମା ଏବଂ ସୋପିଆଁ ଜିଲ୍ଲାରେ ମଧ୍ୟ ସୋମବାର ମତଦାନ ହୋଇଛି ।

ପଞ୍ଚମ ପର୍ଯ୍ୟାୟ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିଥିବା ପ୍ରମୁଖ୍ୟ ପ୍ରାର୍ଥୀମାନଙ୍କ ମଧ୍ୟରେ କେନ୍ଦ୍ରମନ୍ତ୍ରୀ ରାଜନାଥ ସିଂହ, ସ୍ମୃତି ଇରାନୀ, ରାଜ୍ୟବର୍ଦ୍ଧନ ରାଠୋଡ୍‍, ଅର୍ଜୁନରାମ୍‍ ମେଘୱାଲ୍‍ ଓ ଜୟନ୍ତ ସିହ୍ନା, ବିଜେପି ନେତା ରାଜୀବ ପ୍ରତାପ ରୁଡ଼ି ଓ ଅର୍ଜୁନ ମୁଣ୍ଡା, କଂଗ୍ରେସ ନେତା ରାହୁଲ୍‍ ଗାନ୍ଧୀ, ସୋନିଆ ଗାନ୍ଧୀ ଓ ଜୀତିନ୍‍ ପ୍ରସାଦ ଅଛନ୍ତି ।

ମେ’ ୧୨ ତାରିଖରେ ଷଷ୍ଠ ପର୍ଯ୍ୟାୟ ଓ  ମେ’ ୧୯ ତାରିଖରେ ସପ୍ତମ ପର୍ଯ୍ୟାୟ ମତଦାନ ପରେ ମେ’ ୨୩ ତାରିଖରେ ମତ ଗଣନା କରାଯିବା ସହ ଫଳାଫଳ ଘୋଷଣା କରାଯିବ।

Comments are closed.