ଶୁକ୍ରବାର ରାଶିଫଳ ( ୦୫-୦୨-୨୦୨୧ )

ମେଷ: ଆମୋଦ ପ୍ରମୋଦରେ ଦିନଟି ଅତିବାହିତ କରିପାରନ୍ତି। ସୁଖକର ଘଟଣା ଘଟିପାରେ। କର୍ମକ୍ଷେତ୍ରରେ ସଫଳତା ମିଳିବ। ଶୁଭକାର୍ଯ୍ୟ ପାଇଁ ବାତାବରଣ ଅନୁକୂଳ ରହିଛି। ରୁଚିକର ଭୋଜନ ମିଳିବ। ଆନନ୍ଦ ଉପଭୋଗ କରିବେ।

ବୃଷ: ବନ୍ଧୁ ସହାୟତା ମିଳିବ। ଶତ୍ରୁକୁ ପରାଜିତ କରି ମାନସିକ ଶାନ୍ତି ଫେରି ପାଇବେ। ସୁସମ୍ବାଦ ପାଇ ଖୁସି ହୋଇପାରନ୍ତି। ସାରାଦିନ କାର୍ଯ୍ୟ ବ୍ୟସ୍ତ ରହିବେ। ଶୁଭକାର୍ଯ୍ୟ ପାଇଁ ସମୟ ପ୍ରଶସ୍ତ ରହିଛି। ଋଣ ପରିଶୋଧ କରିବାରେ ସକ୍ଷମ ହେବେ।

ମିଥୁନ: ପଢ଼ାପଢ଼ିରେ ମନୋନିବେଶ କରିବେ। ବିଭିନ୍ନ ସୂତ୍ରରୁ ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି। ସତ୍‌କର୍ମରେ ନିଜକୁ ନିୟୋଜିତ କରିପାରନ୍ତି। ଅର୍ଥ ପ୍ରାପ୍ତିର ସୁଯୋଗ ସୃଷ୍ଟି ହୋଇଛି। ସନ୍ତାନ ଲାଭ ହୋଇପାରେ। ମନୋବଳ ଦୃଢ଼ ରହିବ।

କର୍କଟ: କଠିନ ପରିଶ୍ରମର ସମ୍ମୁଖୀନ ହେଲେ ବି ତା’ର ମୂଲ୍ୟ ମିଳିବ। କେତେକ କ୍ଷେତ୍ରରେ ଭୁଲ ବୁଝାମଣା ଘଟିପାରେ। ଯାନବାହନ ସୁଖ ମିଳିବ। ଗୃହ ପରିବେଶ ଉତ୍ତମମାନର ହେବ। କୃଷିକ୍ଷେତ ଲାଭଦାୟକ ହେବ। ବିରୋଧୀମାନେ ପଛଘୁଞ୍ଚା ଦେବେ।

ସିଂହ: ଦୃଢ଼ ମନୋବଳ ନେଇ ଅସାଧ୍ୟ କାର୍ଯ୍ୟକୁ ସାଧନ କରିବାରେ ସଫଳ ହେବେ। ଆର୍ଥିକ ସ୍ଥିତିରେ ସ୍ବଚ୍ଛଳତା ଦେଖାଦେବ। ଶୁଭକାର୍ଯ୍ୟ ପାଇଁ ମାର୍ଗ ଉନ୍ମୁକ୍ତ ରହିଛି। ଦେବ ଦର୍ଶନ ପାଇ ମନସ୍କାମନା ପୂରଣ ହେବ। ସରକାରୀ ସ୍ତରରୁ ଲାଭବାନ୍‌ ହେବେ।

କନ୍ୟା: ବିଭିନ୍ନ ଦିଗରୁ ଧନାଗମର ସୂଚନା ମିଳୁଛି। ତ୍ୟାଗପୂତ ମନୋବୃତ୍ତିର ହେବେ। ନୀତିନିଷ୍ଠ ହୋଇପାରନ୍ତି। ମନ ଚଞ୍ଚଳ ରହିବ। ହୃଷ୍ଟଚିତ୍ତ ହେବେ। ଅତି ସୁଖୀ ହୋଇପାରନ୍ତି। କୀର୍ତ୍ତିମାନ୍‌ ହେବେ। ସହିଷ୍ଣୁ ହୋଇପାରନ୍ତି। ସାମାଜିକ ଆଦର ମିଳିବ।

ତୁଳା: ଆୟ ଆଶାନୁରୂପ ହେବ। ସରକାରୀ ବା ବନ୍ଧୁ ସୂତ୍ରରୁ ଲାଭବାନ୍‌ ହୋଇପାରନ୍ତି। ମିଷ୍ଟାନ୍ନ ଭୋଜନରେ ଆପ୍ୟାୟିତ ହେବେ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ସ୍ବାସ୍ଥ୍ୟ ଅତୁଟ ରହିବ। ଚିନ୍ତାଧାରା ଉନ୍ନତମାନର ହେବ। ନୂଆ ବନ୍ଧୁ ଜୁଟିବେ।

ବିଛା: ବ୍ୟୟ ବୃଦ୍ଧିର ସୂଚନା ମିଳୁଛି। ଚକ୍ଷୁରେ ସାମାନ୍ୟ ଯନ୍ତ୍ରଣା ଅନୁଭବ କରିପାରନ୍ତି। ଅଯଥା ବିତର୍କରେ ଭାଗ ନ ନେଇ ନିରବ ଦର୍ଶକ ସାଜି ପାରନ୍ତି। ମଧୁର ସମ୍ଭାଷଣରେ ପରକୁ ଆପଣାର କରିବାରେ ସକ୍ଷମ ହେବେ। କର୍ମଚଞ୍ଚଳ ରହିବେ।

ଧନୁ: ନିତ୍ୟ ବ୍ୟବହାର୍ଯ୍ୟ ମୂଲ୍ୟବାନ୍‌ ଦ୍ରବ୍ୟ କ୍ରୟ କରିପାରନ୍ତି। ସୁସମ୍ବାଦ ପାଇ ଖୁସି ହେବେ। ଜ୍ଞାନ ଅର୍ଜନ ପାଇଁ ଆଗ୍ରହୀ ହେବେ। ସତ୍‌କର୍ମରେ ନିଜକୁ ନିୟୋଜିତ କରିପାରନ୍ତି। ବିଭିନ୍ନ ସୂତ୍ରରୁ ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି। ନଷ୍ଟ କଲେ ଇଷ୍ଟ ପ୍ରାପ୍ତ ହେବେ।

ମକର: ସାଧନାରେ ସିଦ୍ଧିପ୍ରାପ୍ତ ହେବେ। ସୁସମ୍ବାଦ ପାଇ ଭାବବିହ୍ବଳ ହୋଇପାରନ୍ତି। କର୍ମକ୍ଷେତ୍ରକୁ ଉଳମୟ କରି ଗଢ଼ି ତୋଳିବେ। ଆର୍ଥିକ କ୍ଷେତ୍ର ସ୍ବଚ୍ଛଳ ରହିବ। ଶୁଭକାର୍ଯ୍ୟ କରଣୀୟ ବିବାଦୀୟ ପ୍ରତିଯୋଗିତାରେ ବିଜୟୀ ହେବେ।

କୁମ୍ଭ: କର୍ମକ୍ଷେତ୍ରରେ ଆବଶ୍ୟକ ପଡୁଥିବା ସହଯୋଗ ମିଳିବ। ଅଧିକ କ୍ଷମତା ହାସଲ କରି ତା’ର ସଦ୍‌ବ୍ୟବହାର କରିପାରନ୍ତି। ବିବାଦୀୟ ପ୍ରତିଯୋଗିତାରେ ବିଜୟ ଲାଭ କରିପାରନ୍ତି। ଭକ୍ତିଗାଥା ପ୍ରବଚନରେ ମଜ୍ଜି ଯାଇପାରନ୍ତି। କାର୍ଯ୍ୟରେ ଦକ୍ଷତା ପ୍ରତିପାଦନ କରିବେ।

ମୀନ: ସାମାନ୍ୟ ଅସୁସ୍ଥତା ଅନୁଭବ କରିପାରନ୍ତି। ସାମୟିକ ଭାବେ ଅର୍ଥାଭାବ ଦେଖା ଦେଇପାରେ। ଖର୍ଚ୍ଚାନ୍ତ ଯୋଗ ଅଛି। ବନ୍ଧୁମାନେ କରଛଡ଼ା ଦେଇପାରନ୍ତି। ସ୍ବଳ୍ପ ଆୟର ସୂଚନା ମିଳୁଛି। ଅଷ୍ଟମ ଚନ୍ଦ୍ର ଭୋଗ ହେତୁ ସତର୍କତାର ସହ ଚଳିବାକୁ ପଡ଼ିବ।

Comments are closed.