ଅଙ୍ଗ ଦାନ ସଂକଳ୍ପର ମହାପର୍ବ ‘ପଞ୍ଚମ ଦଧୀଚି ମହୋତ୍ସବ’

ଭୁବନେଶ୍ୱର: ଭୁବନେଶ୍ୱର ସ୍ଥିତ ଜୟଦେବ ଭବନରେ ରବିବାର ପଞ୍ଚମ ଦଧୀଚି ମହୋତ୍ସବ ଅନୁଷ୍ଠିତ ହେଉଛି। ତିନୋଟି ଅଧିବେଶନରେ ଆୟୋଜିତ ହେଉଥିବା ଏହି କାର୍ଯ୍ୟକ୍ରମର ପ୍ରଥମ ଅଧିବେଶନକୁ ଉଦଘାଟନ କରିଛନ୍ତି ଅବସରପ୍ରାପ୍ତ ପୁଲିସ ମହାନିର୍ଦ୍ଦେଶକ ଗୋପାଳ ନନ୍ଦ। ଅଙ୍ଗଦାନର ମହତ୍ୱ ସମ୍ପର୍କରେ ଜନ ଜାଗରଣ ସୃଷ୍ଟି ସହ ଅଙ୍ଗଦାନ କରିଥିବା ପରିବାରକୁ ସମ୍ବର୍ଦ୍ଧନା ଜଣାଇବା ଏହି ମହୋତ୍ସବର ଉଦ୍ଦେଶ୍ୟ। ଆଜିର ଉତ୍ସବର ପ୍ରଥମ ଅଧିବେଶନରେ ଲୋକସେବକ ମଣ୍ଡଳ ଅଧ୍ୟକ୍ଷ ଦୀପକ ମାଲବ୍ୟ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପ୍ରମୁଖ ସଚିବ ନିକୁଞ୍ଜ ବିହାରୀ ଧଳ, ଦୁର୍ନୀତି ନିବାରଣ ବିଭାଗ ନିର୍ଦ୍ଦେଶକ ଡ଼. ଦେବାଶିଷ ପାଣିଗ୍ରାହୀ, ଶଲ୍ୟ ଚିକିତ୍ସକ ଡଃ ବତ୍ସଳା ଦ୍ବିବେଦୀ, ପ୍ରଫେସର ଡ଼ା. ସିବିକେ ମହାନ୍ତି ଏବଂ ‘ସମାଜ’ର ପ୍ରକାଶକ ମୁଦ୍ରାକର ନିରଞ୍ଜନ ରଥ ପ୍ରମୁଖ ଉପସ୍ଥିତ ଅଛନ୍ତି।

ରାଷ୍ଟ୍ରୀୟ ସ୍ତରରେ ଅଙ୍ଗଦାନ କ୍ଷେତ୍ରରେ ବହୁ ପ୍ରଦେଶରେ ବର୍ଷକୁ ଶହ ଶହ ସଂଖ୍ୟାରେ ମରଣାନ୍ତ ଅଙ୍ଗଦାନ ଓ ପ୍ରତିରୋପଣ ସଫଳ ହୋଇଥିବା ବେଳେ, ଓଡ଼ିଶାରେ ଏପର୍ଯ୍ୟନ୍ତ ଗୋଟିଏ ଅଙ୍ଗଦାନ ଆରମ୍ଭ ହୋଇନଥିବା ଦୁଃଖଦାୟକ ଓ ସରକାରୀ କ୍ଷେତ୍ରରେ ଭିତ୍ତିଭୁମିକୁ ସୁଦୃଢ କରିବା ପାଇଁ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ବାକି ଅଛି ବୋଲି ବିଶିଷ୍ଟ ବକ୍ତାମାନେ ମତ ପ୍ରକାଶ କରିଛନ୍ତି। ବିଶିଷ୍ଟ ପ୍ରତିରୋପଣ ବିଶେଷଜ୍ଞ ଡଃ ବତ୍ସଳା ତ୍ରୀବେଦୀ ରାଷ୍ଟ୍ରୀୟ ପରିପ୍ରେକ୍ଷୀରେ ଅଙ୍ଗଦାନ କାର୍ଯ୍ୟକ୍ରମ ଓ ସେଥିରେ ଦେଖା ଦେଉଥିବା ପ୍ରତିବନ୍ଧକ ସମ୍ପର୍କରେ ଆଲୋଚନା କରିଥିଲେ।

Comments are closed.