ସୁନ୍ଦରଗଡ଼ରେ ବିଦ୍ୟାଳୟ ଶିକ୍ଷାର ସମୀକ୍ଷା କଲେ ୫-ଟି ସଚିବ

ଭୁବନେଶ୍ବର: ସୁନ୍ଦରଗଡ଼ ଜିଲ୍ଲାରେ ବିଦ୍ୟାଳୟ ଶିକ୍ଷାର ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ (୫-ଟି) ଭି.କେ. ପାଣ୍ଡିଆନ। ‘ଉଚ୍ଚବିଦ୍ୟାଳୟ ରୂପାନ୍ତରୀଣ’ କାର୍ୟ୍ୟକ୍ରମ ଅନ୍ତର୍ଗତ ସେ ସୁନ୍ଦରଗଡ଼ ଜିଲାର ବିଭିନ୍ନ ସ୍କୁଲର ପ୍ରଧାନଶିକ୍ଷକ, ଶିକ୍ଷକ, ଓ ଛାତ୍ରଛାତ୍ରୀଙ୍କ ସହ ଆଲୋଚନା କରିଛନ୍ତି। ଶ୍ରୀ ପାଣ୍ଡିଆନ ପାନପୋଷ ହାଇସ୍କୁଲ, ଲାଞ୍ଜିବର୍ଣ୍ଣା ହାଇସ୍କୁଲ, ଗୋପବନ୍ଧୁ ହାଇସ୍କୁଲ ଏବଂ ନ୍ୟାସନାଲ ହାଇସ୍କୁଲର ‘ଉଚ୍ଚବିଦ୍ୟାଳୟ ରୂପାନ୍ତରୀଣ’ କାର୍ୟ୍ୟକ୍ରମର ସମୀକ୍ଷା କରିଥିଲେ।

ଏହି ଅବସରରେ ସେ ସମସ୍ତଙ୍କୁ ଭଲ କାମ କରିବାକୁ ପରାମର୍ଶ ଦେଇଥିଲେ। ସେ କହିଥିଲେ ଏମିତି କାମ କର ଯଦ୍ବାରା ଭବିଷ୍ୟ ପିଢ଼ି ତୁମକୁ ମନେରଖିବ। ଏହି ଅବସରରେ ସେ ବିଦ୍ୟାଳୟ କର୍ତ୍ତୃପକ୍ଷ ଓ ସରପଞ୍ଚଙ୍କୁ ବିଦ୍ୟାଳୟରେ ପରିବର୍ତ୍ତନ ଆଣିବା ପାଇଁ କହିଥିଲେ। ମିଳିତ ଭାବେ କାର୍ୟ୍ୟ କଲେ ପରିବର୍ତ୍ତନ ଆସିବ। ଏହାଦ୍ବାରା ସରକାରୀ ସ୍କୁଲର ଛାତ୍ରଛାତ୍ରୀ ଉତ୍ତମ ଶିକ୍ଷା ଓ ନିଯୁକ୍ତି ପାଇବେ ବୋଲି ସେ ଗୁରୁତ୍ବ ଦେଇଥିଲେ।

Comments
Loading...