ସନ୍ଧ୍ୟା ୫ଟା ମୁଖ୍ୟ ଖବର

–ଗ୍ରାମାଞ୍ଚଳରେ ସଂକ୍ରମଣ ବୃଦ୍ଧି ପାଉଥିବାରୁ ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ଏସ୍‌ଓପି। ଗ୍ରାମାଞ୍ଚଳ, ଆଦିବାସୀ ବହୁଳ ଓ ସହର ଉପକଣ୍ଠ ପାଇଁ ନୂଆ ଏସ୍‌ଓପି ଜାରି। ସର୍ଭେଲାନ୍ସ, ସ୍କ୍ରିନିଂ ଓ ଆଇସୋଲେସନ୍‌କୁ ଫୋକସ ପାଇଁ ନିର୍ଦେଶ।

–ବିବାହ ଉତ୍ସବକୁ ଯିବା ପୂର୍ବରୁ ଆଣ୍ଟିଜେନ୍‌ ପରୀକ୍ଷା କରିବାକୁ ନିବେଦନ। କୋଭିଡ୍‌ ସଂକ୍ରମଣ ହ୍ରାସ ପାଇଁ ଗଞ୍ଜାମ ଜିଲାବାସୀଙ୍କୁ ଜିଲାପାଳଙ୍କ ନିବେଦନ। ବର ଓ କନ୍ୟା ସହ ୫୦ ଅତିଥିଙ୍କୁ କୋଭିଡ୍‌ ଟେଷ୍ଟ କରିବାକୁ ଅନୁରୋଧ।

– ଝାରପଡା ଜେଲରେ କରୋନାରେ କଏଦୀ ମୃତ

– ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ ଓ ଶିଳ୍ପିଗୁରୁ ରଘୁନାଥ ମହାପାତ୍ରଙ୍କ ଦୁଇ ପୁଅ ଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ନେଇ ଏମ୍ସ ଅଧିକ୍ଷକଙ୍କ ସୂଚନା

– ରାଜ୍ୟର ୧୭ ଜିଲାରେ ବର୍ଷା ସମ୍ଭାବନା, ପାଣିପାଗ କେନ୍ଦ୍ରର ପୂର୍ବାନୁମାନ

–ରାଜ୍ୟରେ ଫିଲ୍ମ ଓ ସିରିଏଲ ସୁଟିଂ ଉପରେ କଟକଣା ଲଗାଇଲେ ସରକାର, ସମସ୍ତ ପ୍ରକାର ଇନଡୋର ଓ ଆଉଟଡୋର ସୁଟିଂ ଉପରେ ପ୍ରତିବନ୍ଧକ

– ରାଜ୍ୟରେ କରୋନାରେ ଆଖି ବୁଜିଲେ ଆଉ ୧୯ ଆକ୍ରାନ୍ତ

-ରାଜ୍ୟରେ ଦିନକରେ ୧୧୭୩୨ ନୂଆ କରୋନା ସଂକ୍ରମିତ ଚିହ୍ନଟ; ଖୋର୍ଦ୍ଧାରୁ ସର୍ବାଧିକ ୧୭୧୦

– ଘରୋଇ କମ୍ପାନୀ କର୍ମଚାରୀଙ୍କ ପାଇଁ ପୁଲିସର ଇ-ଅନୁମତି ବ୍ୟବସ୍ଥା

– ପ୍ରଥମରୁ ଅଷ୍ଟମ ଛାତ୍ରଛାତ୍ରୀଙ୍କ ପାଠପଢ଼ା ଚିନ୍ତା, ଗଠନ ହେଲା ବିଶେଷଜ୍ଞ କମିଟି

–ଭାରତରେ ପହଞ୍ଚିଲା ୨ୟ ପର୍ଯ୍ୟାୟ ସ୍ପୁଟନିକ–ଭି ଟିକା, ଆସନ୍ତା ସପ୍ତାହରୁ ବଜାରରେ ହେବ ଉପଲବ୍ଧ

– ଗୋଆ ଚିକିତ୍ସା ମହାବିଦ୍ୟାଳୟରେ ଅମ୍ଳଜାନ ଅଭାବରୁ ଆଉ ୮ ରୋଗୀ ମୃତ, ୫ ଦିନରେ ଗଲାଣି ୮୩ ଜୀବନ

–ଦିଲ୍ଲୀରେ ଆଉ ଏକ ସପ୍ତାହ ତାଲାବନ୍ଦ ଅବଧି ବଢ଼ିଲା

– ଗତ ୨୪ ଘଣ୍ଟାରେ ଦେଶରେ ୩ ଲକ୍ଷ ୧୧ ହଜାର ୧୭୦ କରୋନା ସଂକ୍ରମିତ ଚିହ୍ନଟ ଓ ୪୦୭୭ ମୃତ

– କରୋନାରେ କଂଗ୍ରେସ ସାଂସଦ ରାଜୀବ ସାତଭଙ୍କ ଦେହାନ୍ତ

– ଭାରତର କୋଭିଡ ସ୍ଥିତି ବିଶ୍ୱର ଅନ୍ୟ ସବୁରାଷ୍ଟ୍ର ଠାରୁ ଭଲ ରହିଛି: ଜନ୍‍ ହପକିନ୍ସ ବିଶ୍ୱବିଦ୍ୟାଳୟ

– ପଶ୍ଚିମବଙ୍ଗରେ ଆଜିଠାରୁ ତାଲାବନ୍ଦ, ମଇ ୩୦ ପର୍ଯ୍ୟନ୍ତ ରହିବ କଟକଣା

–୨ୟ ତରଙ୍ଗରେ ଫଳପ୍ରଦ ହେଉନି ପ୍ଲାଜମା ଥେରାପି, ଚିକିତ୍ସା ପରିଚାଳନା ନିର୍ଦେଶାବଳୀରୁ ହଟାଯିବାକୁ ନିଷ୍ପତ୍ତି

– ସ୍ଥଳଭାଗ ଛୁଇଁବା ପୂର୍ବରୁ ‘ତୌକ୍‌ତେ’ର ତାଣ୍ଡବ; କର୍ଣ୍ଣାଟକରେ ୪ ମୃତ, ବୈଠକ ଡକାଇଲେ ଶାହ

– ଅତି ଭୟଙ୍କର ସାମୁଦ୍ରିକ ଝଡ ରୂପନେଲା ତଉକତେ: ୧୮ରେ ଗୁଜରାଟ ଉପକୂଳ ଅତିକ୍ରମ କରିବ

– ଉଲଫା (ଆଇ)ର ଅସ୍ତ୍ରବିରତି ଘୋଷଣା

– ଦେଶରେ କରେନା ଟିକାକରଣ : ଟିକା ନେଲେଣି ୧୮କୋଟି ୨୨ଲକ୍ଷ ୨୦ ହଜାର ୧୬୪

–କରେନା ଟିକାକରଣ ; ୬୦ ବର୍ଷରୁ ଅଧିକ: ୩୯.୮%, ୪୫-୬୦ ବର୍ଷ: ୪୫.୪%, ୩୦-୪୫ ବର୍ଷ: ୯.୫%, ୧୮-୩୦ ବର୍ଷ: ୫.୩% ଟିକା ନେଲେଣି

–ଏପର୍ଯ୍ୟନ୍ତ ଦେଶର ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳକୁ ୨୦କୋଟିରୁ ଊର୍ଦ୍ଧ୍ବ କୋଭିଡ୍‍ ଟିକା ଦିଆଯାଇ ସାରିଲାଣି

– ଜୁଲାଇ ସୁଦ୍ଧା ଭାରତରେ ୫୧.୬ କୋଟି ଟିକା ଉପଲବ୍ଧ ହେବ: ହର୍ଷବର୍ଦ୍ଧନ

Comments are closed.