ସନ୍ଧ୍ୟା ୫ଟା ମୁଖ୍ୟ ଖବର

– କୋହଲି ଚଳିତ ପିଢ଼ିର ଶ୍ରେଷ୍ଠ ବ୍ୟାଟ୍ସମ୍ୟାନ: ମହମ୍ମଦ ୟୁସୁଫ

– ୨୦ରେ ଭାରତକୁ ଆସିବ ୪ ରାଫେଲ

– କରୋନାରେ ମମତା ବାନାର୍ଜୀଙ୍କ ସାନଭାଇ ଅସୀମ ବାନାର୍ଜୀଙ୍କ ଦେହାନ୍ତ

– ତୀବ୍ର ହେଉଛି ବାତ୍ୟା, କେରଳରେ ପ୍ରବଳ ବର୍ଷା ଜାରି

– ମଙ୍ଗଳରେ ପହଞ୍ଚିଲା ଚୀନ; ଚୀନର ମହାକାଶ ଯାନ ରୋଭର ଜୁରୋଙ୍ଗ ଶନିବାର ସକାଳେ ମଙ୍ଗଳ ପୃଷ୍ଠରେ ଅବତରଣ କରିଛି

– ରୋଗୀଙ୍କ ପାଇଁ ଡିଆରଡିଓର ୨-ଡିଜି ଔଷଧ ପ୍ରସ୍ତୁତ; କାଲି ମିଳିବ ୧୦ ହଜାର ପାନ

– କରୋନାରେ ମମତାଙ୍କ ସାନଭାଇ ଅସୀମ ବାନାର୍ଜୀଙ୍କ ଦେହାନ୍ତ

– ଦେଶରେ ଦୈନିକ ସଂକ୍ରମଣରେ ହ୍ରାସ; ଦିନକରେ ୩ ଲକ୍ଷ ୨୬ ହଜାର ୯୮ ସଂକ୍ରମିତ ଓ ୩୮୯୦ ମୃତ

– ଇସ୍ରାଏଲ ଉପରେ ଆକ୍ରମଣ ହାମାସକୁ ମହଙ୍ଗା ପଡିବ: ଇସ୍ରାଏଲୀ ପ୍ରଧାନମନ୍ତ୍ରୀ

– କୋଭାକ୍ସିନ୍‌ ଟିକା ପ୍ରସ୍ତୁତକାରୀ କମ୍ପାନୀର ୫୦ କର୍ମଚାରୀ ସଂକ୍ରମିତ

– ବାଇଡେନଙ୍କ ବରିଷ୍ଠ ପରାମର୍ଶଦାତା ହେଲେ ଭାରତ ଜନ୍ମିତ ଆମେରିକୀୟ ନୀରା

– ରୁଷିଆର ଅମିତ୍ର ରାଷ୍ଟ୍ର ତାଲିକାରେ ଆମେରିକା, ଚେକ୍‍ ସାଧାରଣତନ୍ତ୍ର

– ଲୋକଙ୍କ ଘରେ ଟିକାକରଣକୁ ଅନୁମତି ଦିଅ: ଭାରତୀୟ ଚିକିତ୍ସକ ସଂଘ

– ପୂର୍ଣ୍ଣ ଟିକାକରଣ ହୋଇଥିବା ବ୍ୟକ୍ତି ମଧ୍ୟ ତୁଣ୍ଡି ବାନ୍ଧିବା, ସାମାଜିକ ଦୂରତା ରଖିବା ଆବଶ୍ୟକ: ଡା. ଗୁଲେରିଆ

– ଭାରତର କୋଭିଡ ସ୍ଥିତି ଗଭୀର ଚିନ୍ତାଜନକ: ହୁ’ ମୁଖ୍ୟ

-ରାଜ୍ୟରେ ୧୧୮୦୫ ନୂଆ କରୋନା ସଂକ୍ରମିତ ଚିହ୍ନଟ, ଖୋର୍ଦ୍ଧାରୁ ୧୪୧୪; କଟକ ଓ ସୁନ୍ଦରଗଡରେ ଭୟଙ୍କର ରୂପ ନେଉଛି ସଂକ୍ରମଣ ସ୍ଥିତି

– ଓଡ଼ିଶାରେ ଗତ ୨୪ ଘଣ୍ଟା ମଧ୍ୟରେ ୨୧ କରୋନା ଆକ୍ରାନ୍ତଙ୍କର ମୃତ୍ୟୁ ଘଟିଛି।

– ୩.୮୦କୋଟି ଟିକା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଟେଣ୍ଡର ପ୍ରକ୍ରିୟା ଆରମ୍ଭ

– ଶିକ୍ଷକମାନଙ୍କୁ କରୋନା ଯୋଦ୍ଧା ଭାବରେ ସରକାର ଘୋଷଣା କରିବାକୁ ବରପାଲି ବ୍ଲକ ପ୍ରାଥମିକ ଶିକ୍ଷକ ସଂଘ ପକ୍ଷରୁ ବିଜେପୁର ବିଧାୟିକ ରିତା ସାହୁଙ୍କ ନିକଟରେ ଦାବି

– ଆର. ଉଦୟଗିରି ତହସିଲଦାରଙ୍କୁ ଆକ୍ରମଣ ଘଟଣା ; ମୁଖ୍ୟ ଅଭିଯୁକ୍ତ ଗିରଫ

– ବୟୋଜ୍ୟେଷ୍ଠ କବି ଭିକାରୀ ଚରଣ ନାୟକଙ୍କ ପରଲୋକ, ଭିକାରୀଙ୍କ ଘର ପାଟଣା ବ୍ଲକ ସଦର ଅନ୍ତର୍ଗତ ସଅଁରାପଶି ଗାଁରେ

– କରୋନା ମୁକାବିଲା ପାଇଁ ଉପଦେଷ୍ଟା କମିଟି ଟିକାକରଣ, ପରବର୍ତ୍ତୀ ଲହର ସମ୍ଭାବନା ବିଷୟରେ ପରାମର୍ଶ ଦେବେ। କମିଟିର ପରାମର୍ଶ ଅନୁସାରେ ରାଜ୍ୟ ସରକାର ପଦକ୍ଷେପ ନେବେ। କମିଟି ଯେଉଁ ପରାମର୍ଶ ଦେବ ତାହା ଶୀଘ୍ର କାର୍ଯ୍ୟକାରୀ କରାଯିବ।

– ଭୁବନେଶ୍ୱର : ରାଜ୍ୟ ପୁଲିସ ମହାନିର୍ଦ୍ଦେଶକ ଶ୍ରୀ ଅଭୟ କୋରାପୁଟ, ମାଲକାନଗିରି ଓ ନବରଙ୍ଗପୁର ଗସ୍ତ କରି ମାଓ ମୁକାବିଲା ଏବଂ କୋଭିଡ କଟକଣା କାର୍ଯ୍ୟକାରୀତା ସଂପର୍କରେ ସମୀକ୍ଷା କରିଛନ୍ତି

– ଟିକା ପାଇଁ ବିଶ୍ବସ୍ତରୀୟ ଟେଣ୍ଡର ସମ୍ପର୍କରେ ମଧ୍ୟ ସୂଚନା ଦେଲେ ମୁଖ୍ୟ ଶାସନ ସଚିବ। ୩.୮କୋଟି ଟିକା କିଣିବାକୁ ଟେଣ୍ଡର ଡକାଯାଇଛି। ୪ ମାସ ମଧ୍ୟରେ ସମସ୍ତ ସପ୍ଲାଇ ଦେବାକୁ କୁହାଯାଇଛି।

– ସାମ୍ବାଦିକ ସମ୍ମିଳନୀରେ ମୁଖ୍ୟଶାସନ ସଚିବ ସୁରେଶଚନ୍ଦ୍ର ମହାପାତ୍ରଙ୍କ ସୂଚନା। ଆମେ ୧୦ଦିନ ହେଲା ଲକ୍‌ଡାଉନରେ ଅଛୁ, ୧୦ଟି ଜିଲାରେ ସଂକ୍ରମଣ କମୁଛି। ରାଜ୍ୟର ୧୦ଜିଲାରେ ସଂକ୍ରମଣ ସ୍ଥିର ଅଛି କିମ୍ବା ହ୍ରାସ ପାଇବାରେ ଲାଗିଛି।

Comments are closed.