ଭାରତରେ ଜୁଲାଇ ମାସରେ ଆରମ୍ଭ ହେବ 5G ସ୍ପେକ୍ଟ୍ରମର ନିଲାମ

ନୂଆଦିଲ୍ଲୀ – ଭାରତରେ ଜୁଲାଇ ମାସରୁ 5G ସ୍ପେକ୍ଟ୍ରମର ନିଲାମ ଆରମ୍ଭ ହେବ । ଏହି ପ୍ରସ୍ତାବକୁ କେନ୍ଦ୍ର କ୍ୟାବିନେଟ୍‌ ମଞ୍ଜୁରୀ ପ୍ରଦାନ କରିଛନ୍ତି । ଟେଲିଯୋଗାଯୋଗ ବିଭାଗ ପକ୍ଷରୁ ଏହି ନିଲାମ ପ୍ରକ୍ରିୟା କରାଯିବ ।

ମୋଟ୍‌ ୭୨୦୯୭.୮୫ ମେଗାହର୍ଜର ସ୍ପେକ୍ଟ୍ରମ ନିଲାମ ହେବ ବୋଲି ସୂଚନା ମିଳିଛି । ୨୦ ବର୍ଷ ପାଇଁ ଏହାର ବୈଧ୍ୟତା ରହିବ । ମଧ୍ୟ ଏବଂ ଉଚ୍ଚ କ୍ଷମତା ସମ୍ପନ୍ନ ବ୍ୟାଣ୍ଡ ପାଇଁ ନିଲାମ କରଯିବ। ୬୦୦ମେଗାହର୍ଜ , ୭୦୦ ମେଗାହର୍ଜ , ୮୦୦ ମେଗାହର୍ଜ, ୯୦୦ ମେଗାହର୍ଜ, ୧୮୦୦ ମେଗାହର୍ଜ, ୨୧୦୦ ମେଗାହର୍ଜ, ୨୩୦୦ ମେଗାହର୍ଜ, ୩୩୦୦ ମେଗାହର୍ଜ, ୨୬ ଗିଗାହର୍ଜ ପାଇଁ ପାଇଁ ନିଲାମ କରାଯିବ ।

ଏହା ଦ୍ୱାରା ଟେଲିକମ୍‌ ସେକ୍ଟର ଲାଭାନିତ୍ୱ ହେବ ବୋଲି ଜଣା ପଡିଛି । ଦେଶରେ ମୋବାଇଲ୍ ଏବଂ ଇଣ୍ଟରନେଟ୍‌ ସେବାକ୍ଷେତ୍ରରେ ପ୍ରଗତି ଆସିବ । ଲୋକମାନେ ହାଇସ୍ପେଡ୍‌ ଇଣ୍ଟରନେଟ୍‌ ସେବାପାଇ ପାରିବେ ।

Comments are closed.