ସମୁଦ୍ର ଭିତରେ ଥିବା ସବୁଠାରୁ ଲମ୍ବା ପୋଲରେ ଆରମ୍ଭ ହେବ ୫ଜି ଇଣ୍ଟରନେଟ୍‌ ସେବା

0

ହଙ୍ଗକଙ୍ଗ .- ହଙ୍ଗକଙ୍ଗରେ  ସମୁଦ୍ର ଉପରେ ଥିବା ବିଶ୍ୱର ସବୁଠାରୁ ଲମ୍ବା  ପୋଲ  ରହିଛି । ଏହା ୫୫ କିଲୋମିଟର ଲମ୍ବା । ଏଥିରେ ବିଶ୍ୱର ପରବର୍ତ୍ତୀ ଇଣ୍ଟରନେଟ୍‌ ସେବା  ୫ଜି(ଫାଇଭ୍‌ ଜି) ଆରମ୍ଭ କରାଯିବ । ଗତ ମାସରେ ଏହି ପୋଲକୁ ଉଦ୍‌ଘାଟନ କରାଯାଇଥିଲା । ସମୁଦ୍ର ଉପରେ ଥିବା ଏହି ପୋଲ ଚୀନ୍‌ର ଗ୍ୱାଂଗଦୋଗଂରୁ ହଙ୍ଗକଙ୍ଗ ଓ  ମକାଓ ସହରକୁ  ପର୍ଯ୍ୟନ୍ତ ଲମ୍ବିଛି ।

ଏବେ ଏହି ପୋଲ ଉପରେ ୪ଜି ସେବା ଉପଲବ୍ଧ ହେଉଥିବା ବେଳେ ଖୁବଶୀଘ୍ର ଏଠାରେ ୫ ଜି ସେବା ଆରମ୍ଭ କରାଯିବା ବୋଲି ଚୀନର ଖବର ସରୋବରାହ ସଂସ୍ଥା ଜିନହୁଆ ସୂଚନା ଦେଇଛି । ଏଥିପାଇଁ କାର୍ଯ୍ୟ ଆରମ୍ଭ ହୋଇଛି । ୪ଜି ପାଇଁ ଫାଇବର ଅପଟିକ୍ସ ବିଛାଯାଇଥିବା ବେଳେ ଏହାକୁ  ଉନ୍ନତ କରିବା ପାଇଁ କାର୍ଯ୍ୟ କରାଯାଉଥିବା ଏହି ପୋଲର ରକ୍ଷଣ ବେକ୍ଷଣ ଦାୟୀତ୍ୱରେ ଥିବା ସଂସ୍ଥା ସୂଚନା ଦେଇଛି ।

Leave A Reply