ବାଇକ୍ ଚୋରି ରାକେଟର ପର୍ଦ୍ଦାଫାସ୍; ୩୫ଟି ଗାଡ଼ି ଜବତ, ୫ ଗିରଫ

କଟକ: ବାଇକ୍ ଚୋରି ରାକେଟର ପର୍ଦ୍ଦାଫାସ୍ କରିଛି ପୁଲିସ। ଏକ ଅଟୋ ଚୋରିକୁ ନେଇ ତଦନ୍ତ ବେଳେ ୫ଜଣ ଚୋରଙ୍କୁ ଗିରଫ କରିବା ସହ ୩୫ଟି ଗାଡ଼ି ଜବତ ହୋଇଛି। ଏନେଇ କଟକ ଡିସିପି ପ୍ରତୀକ୍ ସିଂହ ସୂଚନା ଦେଇଛନ୍ତି। କଟକ ଆଖପାଖ ଜିଲ୍ଲାରେ ଏହି ଚୋରମାନେ ସକ୍ରିୟ ଥିବା ନେଇ ଡ଼ିସିପି ପ୍ରତୀକ୍ ସିଂହ କହିଛନ୍ତି।

Comments are closed.