୫୦୦ରୁ ୬୦୦ ଟଙ୍କା ମଧ୍ୟରେ ମିଳିବ କୋଭିଡ଼ ଟୀକା: ତଥାପି ଟୀକା ନେବାକୁ ତରବର ନୁହନ୍ତି ୫୯% ଭାରତୀୟ

ନୂଆଦିଲ୍ଲୀ: ଭାରତରେ ଫେବ୍ରୁଆରୀ ସୁଦ୍ଧା ଉପଲବ୍ଧ ହେବ କରୋନା ଟୀକା । ଏହାର ମୂଲ୍ୟ ୫ଶହରୁ ୬ଶହ ଟଙ୍କା ମଧ୍ୟରେ ପଡ଼ିବ । ମାତ୍ର ଏହା ସତ୍ବେ ଟୀକା ନେବା ପାଇଁ ଭାରତୀୟମାନେ ଏତେ ତରବର ନୁହନ୍ତି । ଏକ ସର୍ବେକ୍ଷଣ ଅନୁସାରେ କରୋନା ଟୀକା ନେବା ଲାଗି ପ୍ରଥମ ପର୍ଯ୍ୟାୟରେ ୪୧% ଆଗ୍ରହ ପ୍ରକାଶ କରିଥିବାବେଳେ ୫୯% ଏଥିପାଇଁ ତରବର ହେବାର ଆବଶ୍ୟକତା ନାହିଁ ବୋଲି ମତ ଦେଇଛନ୍ତି ।

ଗତ କିଛି ସପ୍ତାହ ମଧ୍ୟରେ ତିନିଟି ଟୀକା ନିର୍ମାତା – ଫାଇଜର, ମୋଡର୍ନା ଏବଂ ଅକ୍ସଫୋର୍ଡ-ଆଷ୍ଟ୍ରାଜେନେକା ସେମାନଙ୍କର କାର୍ଯ୍ୟକାରିତା ତଥ୍ୟ ପ୍ରକାଶ  କରିଛନ୍ତି ।  ଅକ୍ସଫୋର୍ଡ-ଆଷ୍ଟ୍ରା ଜେନେକାର ଉତ୍ପାଦନ ପାଇଁ ସେରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ ସହିତ ବୁଝାମଣା କରିଛି ଏବଂ ରିପୋର୍ଟ ଅନୁଯାୟୀ ଏହି ଟିକା ଫେବୃଆରୀ ମାସରୁ ୫୦୦ ଟଙ୍କାରୁ ୬୦୦ ଟଙ୍କା ମଧ୍ୟରେ ମିଳିବ ବୋଲି ଆଶା କରାଯାଉଛି । ଟୀକା ସଂକ୍ରାନ୍ତରେ ଲୋକଙ୍କ ମତ ଓ ସେମାନଙ୍କ ମନରେ ଥିବା ଦ୍ବନ୍ଦ୍ବ ସମ୍ପର୍କରେ ଅବଗତ ହେବା ନିମନ୍ତେ  ‘ଲୋକାଲ୍ ସର୍କଲ୍ସ’ ଦ୍ୱାରା ଏକ ସର୍ଭେ କରାଯାଇଥିଲା । ଏହି ସର୍ଭେରେ ଭାରତର୨୬୨ ଟି ଜିଲ୍ଲାର ପ୍ରାୟ ୨୫ ହଜାର ଲୋକଙ୍କ ମତାମତ ନିଆଯାଇଥିଲା ।

ସର୍ବେକ୍ଷଣରେ ପ୍ରଥମ ପ୍ରଶ୍ନ ଥିଲା- କୋଭିଡ -୧୯ ଟିକା ଫେବୃଆରୀ ୨୦୨୧ ରୁ ଘରୋଇ ଭାବରେ ଓ ସରକାରୀ ବ୍ୟବସ୍ଥାରେ ଉପଲବ୍ଧ ହେବାର ଆଶା ରହିଛି । ଯଦି ଏହା ସତ୍ୟ ହୁଏ ତେବେ  ତେବେ ଏହି ଟିକା ନେବା ପାଇଁ ଆପଣଙ୍କର ଆଭିମୁଖ୍ୟ କ’ଣ ହେବ? 

୮୯୩୬ ନାଗରିକ ଏ ସମ୍ପର୍କରେ ପ୍ରତିକ୍ରିୟା ଦେଇଥିଲେ । ୮% ନିଜକୁ ସରକାରୀ ବ୍ୟବସ୍ଥା ଜରିଆରେ ଟୀକା ନେବାକୁ ପସନ୍ଦ କରିବେ ବୋଲି ମତ ଦେଇଥିବାବେଳେ ୧୩% ଯେ କୌଣସି ସ୍ବାସ୍ଥ୍ୟ ସେବା ପ୍ରଦାନକାରୀ ସଂସ୍ଥା ଜରିଆରେ ଟୀକା ନେବାକୁ ପ୍ରାଥମିକତା ଦେବାକୁ ମତ ଦେଇଛନ୍ତି । ୧୧% ବେସରକାରୀ ସ୍ବାସ୍ଥ୍ୟ ସେବା ସଂସ୍ଥା ଜରିଆରେ ଟୀକା ନେବାକୁ କହିଛନ୍ତିି। ତେବେ ୫୯% ମତଦାତାଙ୍କ ଉତ୍ତର ଥିଲା ଯେ  ନିକଟ ଭବିଷ୍ୟତରେ ଏହା ଉପଲବ୍ଧ ହେଲେ ମଧ୍ୟ ସେମାନେ ଟିକା ନେବାକୁ ତତ୍ପର ହେବେ ନାହିଁ। ସେହିପରି ଉଦ୍ଭାବନ ହୋଇଥିବା ଟୀକାର ଗୁଣବତ୍ତାକୁ ନେଇ ସନ୍ଦେହ ପ୍ରକାଶ କରିବା ସହ ଏହା ଉପଲବ୍ଧ ହେଲେ ମଧ୍ୟ ଟୀକା ନେବାକୁ ତତ୍ପର ହେବେ ନାହିଁ ବୋଲି କହିଛନ୍ତି । 

ସେହିପରି ଦ୍ବିତୀୟ ପ୍ରଶ୍ନ ଥିଲା-  ଥରେ COVID-19 ଟିକା ପ୍ରସ୍ତୁତ ହୋଇ ବାଣିଜ୍ୟିକ ଭାବରେ ଉପଲବ୍ଧ ହେଲେ ଏହାର କଳାବଜାର ହେବାର ଆଶଙ୍କା ରହିଛି କି ?

ଏହି ପ୍ରଶ୍ନ ଉପରେ ୮୯୩୪ ଜଣ ସେମାନଙ୍କର ମତାମତ ଦେଇଥିଲେ । ୭୨% ଏହି ଟୀକା ବଜାରରେ ଉପଲବ୍ଧ ହେବ ଓ କଳାବଜାର ହେବା ଆଶଙ୍କାକୁ ଅମୂଳକ ବୋଲି କହିଛନ୍ତି । ଜୁଲାଇ ମଧ୍ୟଭାଗରେ କରୋନା ଚିକିତ୍ସା ଲାଗି ବ୍ୟବହୃତ  ରେମଡେସିଭର୍  କଳାବଜାର ହେବା ପରେ ଫାର୍ମାସ୍ୟୁଟିକାଲ୍ସ ବିଭାଗ ଏବଂ ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟକୁ ଚିଠି ଲେଖି କାରଖାନା ଠାରୁ ପ୍ରଶାସନ ପର୍ଯ୍ୟନ୍ତ ଟୀକାକରଣର କ୍ରମିକ ନମ୍ବର ଏବଂ ବାର୍ କୋଡ୍ ଆଧାରିତ ଟ୍ରାକିଂ କାର୍ଯ୍ୟକାରୀ କରିବାକୁ ପରାମର୍ଶ ଦେଇଥିଲେ । 

ସେହିପରି ତୃତୀୟ ପ୍ରଶ୍ନ ଥିଲା- କାରଖାନାରୁ ପ୍ରଶାସନ ପର୍ଯ୍ୟନ୍ତ COVID-19 ଟିକା ଯୋଗାଣକୁ ଟ୍ରାକ୍ କରିବା ପାଇଁ ଏକ ସ୍ୱତନ୍ତ୍ର କ୍ରମିକ ନମ୍ବର ବ୍ୟବହାର କରି ଏକ ଡିଜିଟାଲ୍ ପ୍ଲାଟଫର୍ମ ଆରମ୍ଭ ହେବା ପରେ ଡାକ୍ତରଖାନାରେ ଟିକା ଦିଆଯିବା ଉଚିତ କି?

ଏ ସମ୍ପର୍କରେ ୭୭୮୬ ଜଣ ପ୍ରତିକ୍ରିୟା ଦେଇଥିଲେ । ଏମାନଙ୍କ ମଧ୍ୟରୁ ୬୫% କାରଖାନାରୁ ପ୍ରଶାସନ ବାଟଦେଇ ନାଗରିକଙ୍କ ନିକଟରେ ପହଞ୍ଚିବା ପର୍ଯ୍ୟନ୍ତ ପ୍ରତ୍ୟେକ ଟୀକାକୁ ଟ୍ରାକ୍ କରାଯିବାକୁ ଡ଼ିଜିଟାଲ ପ୍ଲାଟଫର୍ମର ଆବଶ୍ୟକତା ରହିଛି। ଏହା ନ ହେଲେ ତାହାର ଅପବ୍ୟବହାର ବା କଳାବଜାର ହେବାର ଆଶଙ୍କା ଏଡ଼ାଇ ଦିଆଯାଇ ନ ପାରେ ବୋଲି ଏହି ଲୋକମାନେ ମନେ କରୁଛନ୍ତି । 

Comments are closed.