ରାଜ୍ୟରେ ଚିହ୍ନଟ ହେଲେ ଆଉ ୫୮୫ ନୂଆ ଆକ୍ରାନ୍ତ

ଭୁବନେଶ୍ୱର: ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୫୮୫ ନୂଆ କୋଭିଡ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ସଂଗରୋଧରୁ ୩୪୨ ଓ ସ୍ଥାନୀୟ ସଂକ୍ରମିତ ୨୪୩ ଜଣ ରହିଛନ୍ତି। ଚିହ୍ନଟ ନୂଆ ସଂକ୍ରମିତଙ୍କ ମଧ୍ୟରେ ୧୮ ବର୍ଷରୁ କମ୍‍ ବୟସର ୯୬ ଜଣ ଶିଶୁ ଓ କିଶୋର ରହିଛନ୍ତି। ରାଜ୍ୟର ଅନୁଗୁଳ ଜିଲାରେ ୧୩ , ବାଲେଶ୍ୱର ୩୮, ବରଗଡ ୨, ଭଦ୍ରକ ୭, ବଲାଙ୍ଗିର ୬ ଓ କଟକରୁ ୬୭ ଚିହ୍ନଟ ହୋଇଛନ୍ତି। ଦେବଗଡରୁ ୩, ଢେଙ୍କାନାଳ ୫, ଗଞ୍ଜାମ ୬, ଜଗତସିଂହପୁର ୨୬, ଯାଜପୁର ୩୬, ଝାରସୁଗୁଡା ୭, କଳାହାଣ୍ଡି ୧, କନ୍ଧମାଳରୁ ୨ ଚିହ୍ନଟ ହୋଇଛନ୍ତି। କେନ୍ଦ୍ରାପଡା ଜିଲାରେ ୧୨, କେନ୍ଦୁଝର ୭, ଖୋର୍ଦ୍ଧା ୨୦୬, କୋରାପୁଟ ୪ ଓ ମାଲକାନଗିରିରେ ୩ ଚିହ୍ନଟ ହୋଇଛନ୍ତି। ମୟୁରଭଞ୍ଜରେ ୨୫, ନୟାଗଡ ୪, ନୂଆପଡା ୧, ରାୟଗଡା ୨, ସମ୍ବଲପୁର ୧୯, ସୋନପୁର ୧, ସୁନ୍ଦରଗଡ ୧୩ ଓ ଷ୍ଟେଟପୁଲରୁ ୪୭ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ରାଜ୍ୟରେ ଦିନକରେ ୬୦୧ ଜଣ ଆରୋଗ୍ୟ ଲାଭ କରିଛନ୍ତି। ଏଥିସହିତ ସଂପ୍ରତି ୫୯୦୯ ଜଣ ସକ୍ରିୟ ସଂକ୍ରମିତ ରହିଛନ୍ତି।

Comments are closed.