ରାଜ୍ୟରେ ଆଉ ୫୮୦ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୫୮୦ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ସଂଗରୋଧରୁ ୩୩୬ ଓ ସ୍ଥାନୀୟ ସଂକ୍ରମିତ ୨୪୪ ଜଣ ରହିଛନ୍ତି। ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରେ ୧୮ ବର୍ଷରୁ କମ ବୟସର ୭୭ ଜଣ ରହିଛନ୍ତି। ରାଜ୍ୟର ଅନୁଗୁଳ ଜିଲାରେ ୬, ବାଲେଶ୍ୱର ୧୭, ବରଗଡ ୮, ଭଦ୍ରକ ୭ ଓ କଟକରେ ୮୭ ଜଣ ଚିହ୍ନଟ ହୋଇଛନ୍ତି। ଦେବଗଡରେ ୨, ଢେଙ୍କାନାଳ ୯, ଜଗତସିଂହପୁର ୧୩, ଯାଜପୁର ୨୯ ଓ ଝାରସୁଗୁଡାରେ ୧୧ ଜଣ ଚିହ୍ନଟ ହୋଇଛନ୍ତି। ସେହିଭଳି କେନ୍ଦ୍ରାପଡାରେ ୧୦, କେନ୍ଦୁଝର ୧, ଖୋର୍ଦ୍ଧା ୨୬୧, କୋରାପୁଟ ୪ ଓ ମାଲକାନଗିରିରେ ଜଣେ ଚିହ୍ନଟ ହୋଇଛନ୍ତି। ମୟୁରଭଞ୍ଜ ଜିଲାରେ ୭, ନୟାଗଡ ୭, ପୁରୀ ୧୮, ରାୟଗଡା ୬ ଓ ସମ୍ବଲପୁର ଜିଲାରେ ୬ ଜଣ ଚିହ୍ନଟ ହୋଇଛନ୍ତି। ସୋନପୁର ଜିଲାରେ ଜଣେ, ସୁନ୍ଦରଗଡ ୧୦ ଓ ଷ୍ଟେଟପୁଲରୁ ୫୯ ଚିହ୍ନଟ ହୋଇଛନ୍ତି। ରାଜ୍ୟରେ ଦିନକରେ ୫୬୧ ଜଣ ସୁସ୍ଥ ହୋଇଛନ୍ତି। ଏଥିସହିତ ରାଜ୍ୟରେ ସଂପ୍ରତି ୫୯୬୩ ସକ୍ରିୟ କରୋନା ଆକ୍ରାନ୍ତ ରହିଛନ୍ତି।

Comments are closed.