ଭାରତ ସମେତ ୨୨ ଦେଶର ୫୮% ଝିଅ ଅନଲାଇନ ଉତ୍ପୀଡ଼ନର ଶିକାର

ଆଜି ଆନ୍ତର୍ଜାତିକ ବାଳିକା ଶିଶୁ ଦିବସ

ଇଣ୍ଟରନେଟରେ ୪୭%  ମହିଳା ଯୌନ ହିଂସା ଓ ନିର୍ଯାତନାର ଶିକାର

୨୩% ଝିଅ କଲେଜ ଏବଂ ଅଫିସ୍ ଲୋକମାନଙ୍କ ଦ୍ୱାରା ହଇରାଣ

ଦୁନିଆରେ ଦିନକୁଦିନ ସାଇବର ଅପରାଧ ବୃଦ୍ଧି ପାଉଛି। ଅନଲାଇନ୍ ଠକେଇ ଏବଂ ବ୍ଲାକମେଲିଂର ରିପୋର୍ଟ ପ୍ରତିଦିନ ପ୍ରକାଶ ପାଉଛି । ଝିଅମାନଙ୍କୁ ଠକିବା, ଯୌନ ନିର୍ଯତନା ଦେବା, ଶୋଷଣ କରିବା ଘଟଣା ଦିନକୁ ଦିନ ବଢ଼ିବାରେ ଲାଗିଛି । ଏଥିପାଇଁ ବହୁ ଯୁବତୀ, କିଶୋରୀ ଓ ନାବାଳିକା ଆତ୍ମହତ୍ୟା କରୁଛନ୍ତି । ଏହାକୁ ନିୟନ୍ତ୍ରଣ କରିବାକୁ ସରକାର କଠୋର ନିୟମ କରିଛନ୍ତି । ହେଲେ ଆଇନର ଫାଙ୍କ ଦେଇ ଅଧିକାଂଶ ସମୟରେ ଅପରାଧୀ ଖସିଯିବାକୁ ସକ୍ଷମ ହେଉଛନ୍ତି । କେଉଁଠି ପୁଣି ନିନ୍ଦା ଅପବାଦ ଭୟରେ ଏପରି ଘଟଣା ଲୋକଲୋଚନକୁ ଆସିପାରୁନାହିଁ । ସାରା ବିଶ୍ଵ ଅକ୍ଟୋବର ୧୧ ତାରିଖକୁ ବିଶ୍ଵ ଆନ୍ତର୍ଜାତିକ ବାଳିକା ଶିଶୁ ଦିବସ ରୂପେ ପାଳନ କରୁଛି । ମାତ୍ର ଭାରତରେ ପ୍ରତି ଦିନ ୮୭ ଜଣ ଯୁବତୀ ଦୁଷ୍କର୍ମର ଶିକାର ହେଉଛନ୍ତି ଏବଂ ଶହଶହ ମହିଳା ନିର୍ଯାତନା ଭୋଗୁଛନ୍ତି । ଏକ ବିଶ୍ଵସ୍ତରୀୟ ସର୍ବେକ୍ଷଣ ଅନୁସାରେ ୨୨ଟି ଦେଣର ୫୮% ବାଳିକା ଓ ଯବୁତୀ ଅନଲାଇନ ନିର୍ଯାତନାର ସମ୍ମୁଖୀନ ହେଉଛନ୍ତି । ତେ​‌ବେ ଏହି ଅନଲାଇନ ନିର୍ଯାତନାକୁ ମଧ୍ୟ ଅନେକ ସମୟରେ ଏଡ଼ା ଯାଇ ପାରିବ ।

ସାଇବର ସୁରକ୍ଷା ବିଶେଷଜ୍ଞ ଲଲିତ ମିଶ୍ରଙ୍କ ଅନୁଯାୟୀ ସୋସିଆଲ ମିଡିଆର ଗୋପନୀୟତା ସେଟିଂ ମାଧ୍ୟମରେ ଅନଲାଇନ୍ ନିର୍ଯ୍ୟାତନାକୁ ଏଡାଯାଇପାରିବ । ମିଶ୍ର କହିଛନ୍ତି ଯେ ମହିଳା ଓ ଯୁବତୀମାନେ ବ୍ୟବହାର କରୁଥିବା ସୋସିଆଲ ମିଡିଆ ସେଟିଂସମୂହ ସହିତ ଅପଡେଟ୍ ରଖିବା ଉଚିତ୍ । ସେଟିଙ୍ଗ୍ ମାଧ୍ୟମରେ ମେସେଜ, କମେଣ୍ଟ ଆଧାରରେ ଅନେକ ସମୟରେ ନିର୍ଯାତନା ଦେଉଥିବା ଲୋକଙ୍କୁ ଚିହ୍ନଟ କରାଯାଇ ପାରିବ । ଯେପରି ଶିକ୍ଷଣୀୟ ବିଷୟ ବୋଲି ଦର୍ଶାଇ ଅଧିକାଂଶ ସମୟରେ ଅଶ୍ଚୀଳ ଭିଡ଼ିଓ ଅପଲୋଡ଼ କରାଯାଇଥାଏ । ଏହାକୁ ରୋକିବା ନିମନ୍ତେ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସକୁ ୟୁଟ୍ୟୁବ୍ ବ୍ୟବହାର କରିବା ଆବଶ୍ୟକ । ଏହି ବ୍ୟବସ୍ଥା ଆର୍ଟିଫିସିଆଲ ଇଣ୍ଟେଲିଜେଣ୍ଟ କେଉଁଟି ଠିକ୍ ଓ କେଉଁଟି ଅଶ୍ଳୀଳ ତାହା ଚିହ୍ନିବାକୁ ସକ୍ଷମ ଏବଂ ଏହାଦ୍ବାରା ଅନେକାଂଶରେ ଏହି ଅଶ୍ଲୀଳତାକୁ ରୋକାଯାଇ ପାରିବ ।

ଅନଲାଇନ୍ ନିର୍ଯ୍ୟାତନା ବିଷୟରେ କେଉଁଠାରେ ଅଭିଯୋଗ କରିବେ?

କୌଣସି ଯୁବତୀ ବା ମହିଳାଙ୍କୁ ଅନଲାଇନ ନିର୍ଯାତନା ଦିଆଯାଉଥିଲେ କିମ୍ବା କୌଣସି ପ୍ରସଙ୍ଗ ନିର୍ଯାତନା ବୋଲି ମନେ କରାଯାଉଥିଲେ ତାହାକୁ   ଆଇଟି ଆଇନର ଧାରା ୬୭ଏ ଏବଂ୬୭ବି ଅନୁଯାୟୀ ଅଭିଯୋଗ ପଞ୍ଜିକୃତ ହୋଇପାରିବ। ଟ୍ରଲିଂକୁ ଏଡାଇବା ପାଇଁ ଉଭୟ ସଂଯମତା ଏବଂ ସତର୍କତା ପ୍ରବର୍ତ୍ତନ କରାଯିବା ଆବଶ୍ୟକ ।  ଏହା ସତ୍ତ୍ୱେ, ଯଦି ଦୁର୍ବ୍ୟବହାର ଏବଂ ବ୍ଲାକମେଲ କିମ୍ବା ଧମକ ମିଳୁଛି, ତେବେ ଏଭଳି ଅପରାଧକୁ ନିୟନ୍ତ୍ରଣ କରିବା ପାଇଁ  ଭାରତ ସରକାରଙ୍କ  ଜାତୀୟ ସାଇବର କ୍ରାଇମ୍ ରିପୋର୍ଟିଂ ପୋର୍ଟାଲରେ ଅଭିଯୋଗ କରାଯାଇ ପାରିବ ବୋଲି ସାଇବର ବିଶେଷଜ୍ଞ ଶ୍ରୀ ମିଶ୍ର କହିଛନ୍ତି ।

ଅନଲାଇନ୍ ଚାପକୁ ଏଡାଇବା ଲାଗି ୫ ପ୍ରସଙ୍ଗ

ସୋସିଆଲ ମିଡ଼ିଆରେ ଆପତ୍ତିଜନକ ଭାଷା ବ୍ୟବହାର କରୁଥିବା ଲୋକଙ୍କୁ ଏଡ଼ାଇ ଯିବାକୁ ଚେଷ୍ଟା କରନ୍ତୁ
କୌଣସି ମନ୍ତବ୍ୟ, ଟିପ୍ପଣୀ, ପ୍ରସଂଶା ଓ ଅନୁରୋଧ  ଉପରେ ତୁରନ୍ତ ପ୍ରତିକ୍ରିୟା ପ୍ରକାଶ କରନ୍ତୁ ନାହିଁ 
ଯେଉଁମାନେ ଆପଣଙ୍କୁ ନିରନ୍ତର ହଇରାଣ କରୁଛନ୍ତି ସେମାନଙ୍କୁ ବ୍ଲକ୍ କରିବା ସହ ଏ ସମ୍ପର୍କରେ ଅଭିଯୋଗ କରନ୍ତୁ
ଅଶ୍ଲୀଳତା ପ୍ରକାଶ କରୁଥିବା ଆକାଉଣ୍ଟ ବିରୋଧରେ ଅଭିଯୋଗ କରନ୍ତୁ, ଏହାଫଳରେ ଏହାର ବ୍ଲକ ହୋଇପାରିବ
ନିଜ ସୋସିଆଲ୍ ମିଡିଆର ଗୋପନୀୟତା ନିମନ୍ତେ ସତର୍କ ପଦକ୍ଷେପ ଗ୍ରହଣ କରନ୍ତୁ

ମହିଳାମାନଙ୍କୁ ଯୌନ ହିଂସା ଧମକ 

ଷ୍ଟେଟ୍ ଅଫ୍ ୱାର୍ଲଡ଼ ଗାର୍ଲସ ରିପୋର୍ଟ  ଅନୁସାରେ  ଭାରତ, ବ୍ରାଜିଲ, ସ୍ପେନ୍, ଅଷ୍ଟ୍ରେଲିଆ, ଜାପାନ, ଥାଇଲ୍ୟାଣ୍ଡ ଏବଂ ଆମେରିକା ସମେତ୨୨ ଟି ଦେଶର୫୮% ବାଳିକା, କିଶୋରୀ, ଯୁବତୀ ଓ ମହିଳା  ସୋସିଆଲ ମିଡିଆ(ଫେସବୁକ୍, ଇନଷ୍ଟାଗ୍ରାମ, ଟ୍ୱିଟର, ହ୍ବାଟ୍ସଆପ ଏବଂ ଟିକଟ୍ୟାକ୍) ଜରିଆରେ  ଅପମାନଜନକ ଆଚରଣ ଏବଂ ଅପମାନଜନକ ଭାଷାର ସମ୍ମୁଖୀନ ହେଉଛନ୍ତି । ଏମାନଙ୍କ ମଧ୍ୟରୁ ୪୭% ଶାରୀରିକ ବା ଯୌନ ହିଂସାର ଧମକଚମକ ଶିକାର ହେଉଛନ୍ତି । ୫୯% ମହିଳା ଅଶାଳୀନ ଭାଷା ଜନିତ କଷ୍ଟର ସମ୍ମୁଖୀନ ହେଉଛନ୍ତି ।  ୧୧% କମ୍ ଓ ଅପରିଚିତ ଲୋକଙ୍କ ଦ୍ବାରା ନିନ୍ଦିତ ହେଉଛନ୍ତି। ଅଧିକାଂଶ କ୍ଷେତ୍ରରେ ସେମାନଙ୍କୁ ବିଶ୍ଵାସକୁ ନେବାକୁ ବାଧ୍ୟ କରାଯାଉଛି, ଏଥିରେ ଅସମ୍ମତ ହେଲେ ଅଶାଳୀନ ଭାଷା ବ୍ୟବହାର କରାଯାଉଛି । ୨୧% ଝିଅ ଓ ଯୁବତୀ ସେମାନଙ୍କର ବନ୍ଧୁ ଓ ପରିଜନଙ୍କ ଦ୍ବାରା ଅନଲାଇନ ନିର୍ଯାତନାର ଶିକାର ହେଉଥିବାବେଳେ ୨୩% କଲେଜ ବା ଅଫିସର ଲୋକମାନଙ୍କ ଦ୍ବାରା ଅନଲାଇନରେ ହଇରାଣହରକତ ହେଉଛନ୍ତି । ୩୬% ମାମଲାରେ ଅସଦାଚରଣ ବା ପରୋକ୍ଷ ନିର୍ଯାତନା ଦେଉଥିବା ଲୋକ ସମ୍ପୂର୍ଣ୍ଣ ଅପରିଚିତ ବୋଲି ଏହି ରିପୋର୍ଟରେ ପ୍ରକାଶ ପାଇଛି ।

ଅନଲାଇନରେ ଅନ୍ୟମାନଙ୍କଦ୍ବାରା ନିର୍ଯାତନା, ହଇରାଣର ଶିକାର ହୋଇ ୪୨% ମହିଳା ଚାପଗ୍ରସ୍ତ ହେଉଛନ୍ତି । ଏହି କାରଣରୁ ୨୨ଟି ଦେଶର ପ୍ରତି ୫ ଜଣରେ ଜଣେ ଯୁବତୀ ସୋସିଆଲ ମିଡ଼ିଆରୁ ନିଜକୁ ଦୂରେଇ ନେଉଛନ୍ତି । କେବଳ ପ୍ରତି ୨୦ ଜଣରେ ଜଣେ ଏ ସମ୍ପର୍କରେ ସ୍ବର ଉତ୍ତୋଳନ କରୁଛନ୍ତି କିମ୍ବା କାର୍ଯ୍ୟାନୁଷ୍ଠାନ ନିମନ୍ତେ ପଦକ୍ଷେପ ନେଉଛନ୍ତି ଏବଂ ୧୦% ସାମାଜିକ ଗଣମାଧ୍ୟମରେ ନିଜର ମତ ମନ୍ତବ୍ୟ ଦେବାକୁ ଉଚିତ ମଣୁନାହାନ୍ତି ।

Comments are closed.