ଦିନକରେ ୫୮ କରୋନା ଆକ୍ରାନ୍ତ ମୃତ

ଭୁବନେଶ୍ୱର: ରାଜ୍ୟରେ ଗତକାଲି ଦିନକରେ ୫୮ କରୋନା ଆକ୍ରାନ୍ତଙ୍କର ମୃତ୍ୟୁ ଘଟିଛି । ସେମାନଙ୍କ ମଧ୍ୟରେ ଅନୁଗୁଳ ଜିଲାରୁ ଜଣେ ପ୍ରାଣ ହରାଇଥିବାବେଳେ ବରଗଡ ଜିଲାରେ ୭ ଜଣଙ୍କର ମୃତ୍ୟୁ ଘଟିଛି । ଖୋର୍ଦ୍ଧା ଜିଲାରେ ସର୍ବାଧିକ ୧୧ ଜଣଙ୍କର ମୃତ୍ୟୁ ଘଟିଥିବା ଜଣାଯାଇଛି । ସେମାନଙ୍କ ମଧ୍ୟରେ ଭୁବନେଶ୍ୱର ମହାନଗର ନିଗମ ଅଂଚଳରୁ ୬ ମୃତକ ରହିଛନ୍ତି । କଟକ ଜିଲାରୁ ୨, ଢେଙ୍କାନାଳରୁ ୨, ଗଜପତିରୁ ଜଣେ, ଗଞ୍ଜାମ ଜିଲାରେ ୬ ଜଣ କରୋନା ଆକ୍ରାନ୍ତଙ୍କର ମୃତ୍ୟୁ ଘଟିଛି ।
ଯାଜପୁର ଜିଲାରେ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଝାରସୁଗୁଡା ଓ କଳାହାଣ୍ଡିରେ ଜଣେ ଲେଖାଏଁ ପ୍ରାଣ ହରାଇଛନ୍ତି । କେନ୍ଦ୍ରାପଡା ଜିଲାରେ ୩, କେନ୍ଦୁଝରରେ ୨ ଜଣଙ୍କର ମୃତ୍ୟୁ ହୋଇଛି । ଗତ ୨୪ ଘଣ୍ଟା ମଧ୍ୟରେ ମୟୁରଭଞ୍ଜରୁ ଜଣେ, ନୟାଗଡରୁ ୨, ପୁରୀରୁ ୭, ସମ୍ବଲପୁର ୪ ଓ ସୁନ୍ଦରଗଡରେ ୬ ଜଣଙ୍କର କରୋନା ଜନିତ ମୃତ୍ୟୁ ଘଟିଛି ।

Comments are closed.