ରାଜ୍ୟରେ ୬୦୦ ନିକଟତର ହେଲା ଦୈନିକ ସଂକ୍ରମଣ

ଭୁବନେଶ୍ଵର: ରାଜ୍ୟରେ କରୋନା ସଂକ୍ରମଣ ଚିନ୍ତାଜନକ ପରିସ୍ଥିତି ସୃଷ୍ଟି କରିଛି। ଦୈନିକ ସଂକ୍ରମଣ ଦ୍ରୁତଗତିରେ ବୃଦ୍ଧି ପାଉଥିବାବେଳେ ସୋମବାର ସୁଦ୍ଧା ୬୦୦ ନିକଟତର ହୋଇଛି। ଗତ ୨୪ ଘଣ୍ଟାରେ ରାଜ୍ୟରେ ୫୭୩ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୩ ଲକ୍ଷ ୪୩ ହଜାର ୨୬୮କୁ ବୃଦ୍ଧି ପାଇଛି।

ନୂଆ ସଂକ୍ରମିତଙ୍କ ମଧ୍ୟରୁ ୩୩୭ ଜଣ କ୍ବାରେଣ୍ଟାଇନ ସେଣ୍ଟରରୁ ଚିହ୍ନଟ ହୋଇଥିବାବେଳେ ୨୩୬ ସ୍ଥାନୀୟ ସଂକ୍ରମିତ ରହିଛନ୍ତି। ଖୋର୍ଦ୍ଧା ଜିଲାରୁ ସର୍ବାଧିକ ୯୬ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ସୁନ୍ଦରଗଡ଼ରୁ ୮୦, ନୂଆପଡ଼ାରୁ ୬୦, ବରଗଡ଼ରୁ ୪୩, ଝାରସୁଗୁଡ଼ା ୩୯, ଅନୁଗୋଳ ୩୨, କଟକ ୨୮, କଳାହାଣ୍ଡି ୨୪, ବଲାଙ୍ଗୀର ୨୦, ରାୟଗଡ଼ା ୧୬, ମୟୂରଭଞ୍ଜ ୧୩ ଏବଂ ବାଲେଶ୍ଵରରୁ ୧୧ ଜଣ ସଂକ୍ରମିତ ଠାବ ହୋଇଛନ୍ତି।

Comments are closed.