ରାଜ୍ୟରେ ୨୪ ଘଣ୍ଟାରେ ୫୭ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ; ଖୋର୍ଦ୍ଧାରୁ ସର୍ବାଧିକ ୧୦ ମୃତ

ଭୁବନେଶ୍ୱର: ରାଜ୍ୟରେ ବଢିଚାଲିଛି କରୋନା ସଂକ୍ରମିତଙ୍କ ମୃତ୍ୟୁସଂଖ୍ୟା । ପୂର୍ବରୁ ଏହା ଦୈନିକ ୪୦ ଉପରେ ରହୁଥିବାବେଳେ ଏବେ ଦିନକୁ ୫୦ରୁ ଅଧିକ ଆକ୍ରାନ୍ତଙ୍କର ଜୀବନ ଯାଉଛି । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୫୭ ଜଣ ସଂକ୍ରମିତଙ୍କର ମୃତ୍ୟୁ ଘଟିଛି ।
ଅନୁଗୁଳ ଜିଲାରୁ ୩ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ବାଲେଶ୍ୱରରୁ ଜଣେ ପ୍ରାଣ ହରାଇଛନ୍ତି । ବରଗଡ ଜିଲାରୁ ୫ ଜଣଙ୍କର ଜୀବନ ନେଇଛି କରୋନା । ଖୋର୍ଦ୍ଧା ଜିଲାରୁ ସର୍ବାଧିକ ୧୦ ଜଣଙ୍କର ମୃତ୍ୟୁ ଘଟିଛି । ସେମାନଙ୍କ ମଧ୍ୟରେ ଭୁବନେଶ୍ୱର ମହାନଗର ନିଗମ ଅଂଚଳରୁ ୬ ଜଣ ମୃତକ ରହିଛନ୍ତି ।
ସେହିଭଳି କଟକ ଓ ଦେବଗଡ ଜିଲାରେ ଜଣେ ଲେଖାଏଁ ଆକ୍ରାନ୍ତଙ୍କର ମୃତ୍ୟୁ ଘଟିଥିବାବେଳେ ଢେଙ୍କାନାଳ ଜିଲାରେ ୪, ଗଞ୍ଜାମ ଜିଲାରେ ୫ ଜଣଙ୍କର ମୃତ୍ୟୁ ଘଟିଛି । କଳାହାଣ୍ଡି ଜିଲାରେ ୪ ଜଣ କରୋନା ସଂକ୍ରମିତ ଗତ ୨୪ ଘଣ୍ଟାରେ ପ୍ରାଣ ହରାଇଛନ୍ତି ।
କୋରାପୁଟ ଜିଲାରୁ ୪, ମାଲକାନାଗିରି ୨, ମୟୁରଭଞ୍ଜରୁ ଜଣେ, ନୟାଗଡରୁ ୫ ଏବଂ ପୁରୀ ଜିଲାରୁ ୫ ଜଣଙ୍କର ମୃତ୍ୟୁ ଘଟିଛି । ସେହିଭଳି ରାୟଗଡାରୁ ଜଣେ ଏବଂ ସୁନ୍ଦରଗଡ ଜିଲାରେ ୫ ଜଣଙ୍କର କରୋନାରେ ଜୀବନ ଯାଇଥିବା ଜଣାଯାଇଛି ।

Comments are closed.