ଭାରତରେ କରୋନା: ୨୪ ଘଣ୍ଟାରେ ୫୬୧୧ ନୂଆ ସଂକ୍ରମିତ, ୧୪୦ ମୃତ

ନୂଆଦିଲ୍ଲୀ: ଭାରତରେ କରୋନା ଭୂତାଣୁ କାୟା ବିସ୍ତାର କରିଚାଲିଛି। ଗତ ୨୪ ଘଣ୍ଟାରେ ଦେଶରେ ୫୬୧୧ ନୂଆ ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ ୧୪୦ ଜଣ ପ୍ରାଣ ହରାଇଛନ୍ତି। ଏହାକୁ ମିଶାଇ ଦେଶରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧ ଲକ୍ଷ ୬ ହଜାର ୭୫୦ରେ ପହଞ୍ଚିଥିବାବେଳେ ମୃତ୍ୟୁ ସଂଖ୍ୟା ୩୩୦୩କୁ ବୃଦ୍ଧି ପାଇଛି। ବର୍ତ୍ତମାନ ସୁଦ୍ଧା ୪୨ ହଜାର ୨୯୮ ଜଣ ସୁସ୍ଥ ହୋଇଥିବାବେଳେ ୬୧ ହଜାର ୧୪୯ ଜଣ ଚିକିତ୍ସାଧୀନ ଥିବା କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ମିଳିଛି।

ମହାରାଷ୍ଟ୍ରରେ ସଂକ୍ରମିତଙ୍କ ସଂଖ୍ୟା ସର୍ବାଧିକ ୩୭ ହଜାର ୧୩୬ରେ ପହଞ୍ଚିଥିବାବେଳେ ମୃତ୍ୟୁ ସଂଖ୍ୟା ୧୩୨୫ ହୋଇଛି। ତାମିଲନାଡୁରେ ୨ୟ ସର୍ବାଧିକ ୧୨ ହଜାର ୪୪୮ ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ ୮୫ ଜଣଙ୍କ ମୃତ୍ୟୁ ଘଟିଛି। ସେହିପରି ଗୁଜରାଟରେ ୧୨ ହଜାର ୪୪୧  ଆକ୍ରାନ୍ତ ଓ ୭୧୯ ମୃତ, ଦିଲ୍ଲୀରେ ୧୦ ହଜାର ୫୫୪ ଆକ୍ରାନ୍ତ ଓ ୧୬୬ ମୃତ, ରାଜସ୍ଥାନରେ ୫୯୦୬ ସଂକ୍ରମିତ ଓ ୧୪୩ ମୃତ, ମଧ୍ୟପ୍ରଦେଶରେ ୫୪୬୫ ସଂକ୍ରମିତ ହୋଇଥିବାବେଳେ ୨୫୮ ଜଣଙ୍କ ପ୍ରାଣହାନୀ ଘଟିଛି। ଏହାବ୍ୟତୀତ ଉତ୍ତରପ୍ରଦେଶରେ ୪୯୨୬  ଆକ୍ରାନ୍ତ ଓ ୧୨୩ ମୃତ, ପଶ୍ଚିମବଙ୍ଗରେ ୨୯୬୧ ଆକ୍ରାନ୍ତ ଓ ୨୫୦ ମୃତ, ଆନ୍ଧ୍ରପ୍ରଦେଶରେ ୨୪୮୯ ଆକ୍ରାନ୍ତ ଓ ୫୨ ମୃତ, ପଞ୍ଜାବରେ ୨୦୦୨ ଆକ୍ରାନ୍ତ ଓ ୩୮ ମୃତ, ବିହାରରେ ୧୫୭୯ ଆକ୍ରାନ୍ତ ଏବଂ ୯ ମୃତ, କର୍ଣ୍ଣାଟକରେ ୧୪୫୮ ଆକ୍ରାନ୍ତ ଓ ୪୦ ମୃତ, ଜାମ୍ମୁ-କାଶ୍ମୀରରେ ୧୩୧୭ ଆକ୍ରାନ୍ତ ଓ ୧୭ ମୃତ ଏବଂ ଓଡ଼ିଶାରେ ୧୦୫୨ ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ ୬ ଜଣଙ୍କ ମୃତ୍ୟୁ ଘଟିଛି।

Comments are closed.