ସୁନ୍ଦରଗଡ଼ ନିର୍ବାଚନ ମଣ୍ଡଳୀରେ ୨ ଘରୋଇ ଆଇଟିଆଇରେ ୫୬୦ଜଣଙ୍କୁ ତାଲିମ ବ୍ୟବସ୍ଥା

ସୁନ୍ଦରଗଡ଼: ସୁନ୍ଦରଗଡ଼ବିଧାନସଭା ନିର୍ବାଚନ ମଣ୍ଡଳୀରେ ଥିବା ୨ଟି ବେସରକାରୀ ଆଇଟିଆଇ ବର୍ଷକୁ ୪୮୦ ଜଣ ଫିଟର ଓ  ୮୦ ଜଣ ୱେଲଡ଼ର ପ୍ରଶିକ୍ଷାର୍ଥୀଙ୍କୁ ତାଲିମ୍‍ ଦେବାର ବ୍ୟବସ୍ଥା ରହିଛି। ବିଜେପି ବିଧାୟିକା କୁସୁମ ଟେଟେଙ୍କ ଏକ ପ୍ରଶ୍ନର ଉତ୍ତରରେ ରାଜ୍ୟ ଦକ୍ଷତାବିକାଶ ଓ ବୈଷୟିକା ଶିକ୍ଷାମନ୍ତ୍ରୀ ପ୍ରେମାନନ୍ଦ ନାୟକ ବିଧାନସଭାରେ ଏହି ସୂଚନା ଦେଇଛନ୍ତି।
ମନ୍ତ୍ରୀକ ହିଛନ୍ତି ଯେ ରାଜ୍ୟରେ ଯୁବକ ଯୁବତୀମାନଙ୍କୁ ଦକ୍ଷତା ବିକାଶ ତାଲିମ୍‍ ଜରିଆରେ ନିଯୁକ୍ତି ପ୍ରଦାନ ଲାଗି ତାଲିମ୍‍ କାର୍ଯ୍ୟକ୍ରମରେ ବିଭିନ୍ନ ଟ୍ରେଡ଼ରେ ଦିଆଯାଇଥାଏ। ସେଥିମଧ୍ୟରେ ମିସ୍ତ୍ରୀ, ରାଜମିସ୍ତ୍ରୀ, ବଢ଼େଇ ଆଦି କାମରେ ଯୁବକ ଯୁବତୀ ମାନଙ୍କୁ ତାଲିମ୍‍ ଦିଆଯାଉଛି।
ଏହାଛଡ଼ା ପଞ୍ଚାୟତିରାଜ ଓ ପାନୀୟଜଳବିଭାଗ ଅଧିନରେ ଚଳାଯାଉଥିବା ଦିନ୍‍ଦୟାଲ ଉପାଧ୍ୟାୟ ଗ୍ରାମୀଣ କୌଶଳ ଯୋଜନା ମାଧ୍ୟମରେ ୧୦ ଜଣ ୱେଲ୍ଡର ଓ ୧୧ ଜଣ ଫିଟର୍‍ଙ୍କୁ ତାଲିମ୍‍ ଦିଆଯାଇଛି। ଓରମାସ୍‍ ମାଧ୍ୟମରେ ସୁନ୍ଦରଗଡ଼ ଜିଲ୍ଲାରେ ୫୭୦ ଜଣ ପ୍ରାର୍ଥୀଙ୍କୁ ମିସ୍ତ୍ରୀ/ରାଜମିସ୍ତ୍ରୀ ଟ୍ରେନିଂରେ ସାମିଲ କରାଯାଇଛି।ଏହି କାର୍ଯ୍ୟକ୍ରମ ଜରିଆରେ ମାଗଣା ତାଲିମ୍‍ ସହିତ ମଜୁରୀ ବାବଦୀୟ ଅର୍ଥ, ଯନ୍ତ୍ରପାତି ଓ ମାନପତ୍ର ଆଦି ଦିଆଯାଉଥିବା ମନ୍ତ୍ରୀ ତାଙ୍କ ଉତ୍ତରରେ ଦର୍ଶାଇଛନ୍ତି।

Comments are closed.