ପୁଣି ବଢିଲା ସଂକ୍ରମଣ; ରାଜ୍ୟରେ ଚିହ୍ନଟ ହେଲେ ୫୫୬ ନୂଆ ଆକ୍ରାନ୍ତ

ଭୁବନେଶ୍ୱର: ରାଜ୍ୟରେ ଦୈନିକ କରୋନା ସଂକ୍ରମଣରେ ପୁଣି ବୃଦ୍ଧି ଲକ୍ଷ୍ୟ କରାଯାଇଛି । ସୋମବାର ସଂଧ୍ୟା ସୁଦ୍ଧା ରାଜ୍ୟରେ ୫୫୬ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରେ ସଂଗରୋଧରୁ ୩୨୪ ଓ ସ୍ଥାନୀୟ ସଂକ୍ରମିତ ୨୩୨ ରହିଛନ୍ତି । ଚିହ୍ନଟଙ୍କ ମଧ୍ୟରେ ୧୮ ବର୍ଷରୁ କମ୍‌ ବୟସର ୮୭ ଜଣ ରହିଛନ୍ତି । ରାଜ୍ୟର ଅନୁଗୁଳ ଜିଲାରେ ୫, ବାଲେଶ୍ୱର ୧୦, ଭଦ୍ରକ ୮, ବଲାଙ୍ଗିର ୧, ବଉଦ ୭, କଟକରେ ୪୧ ଜଣ ଚିହ୍ନଟ ହୋଇଛନ୍ତି । ଢେଙ୍କାନାଳରେ ୧, ଗଞ୍ଜାମ ୩, ଜଗତସିଂହପୁର ୧୧, ଯାଜପୁର ୧୧, ଝାରସୁଗୁଡା ୫, କେନ୍ଦ୍ରାପଡା ୮ ଏବଂ କେନ୍ଦୁଝରରେ ୩ ଜଣ ଚିହ୍ନଟ ହୋଇଛନ୍ତି । ସେହିଭଳି ଖୋର୍ଦ୍ଧାରେ ୩୦୫, କୋରାପୁଟ ୩, ମାଲକାନଗିରି ୧, ମୟୁରଭଞ୍ଜ ୧୫, ପୁରୀ ୧୨, ସମ୍ବଲପୁର ୧୭, ସୁନ୍ଦରଗଡ ୧୮ ଓ ଷ୍ଟେଟପୁଲରୁ ୭୧ ଚିହ୍ନଟ ହୋଇଛନ୍ତି । ଦିନକରେ ୫୩୦ ଜଣ ସୁସ୍ଥ ହୋଇଛନ୍ତି । ଏଥିସହିତ ରାଜ୍ୟରେ ସଂପ୍ରତି ୪୮୪୬ ଜଣ ସକ୍ରିୟ କରୋନା ଆକ୍ରାନ୍ତ ରହିଛନ୍ତି ।

Comments are closed.