ସୁନ୍ଦରଗଡ଼ ନିର୍ବାଚନ ମଣ୍ଡଳୀରେ ୫ ବର୍ଷରେ ୫୪୬ ଶିଶୁ ମୃତ

ଭୁବନେଶ୍ୱର: ସୁନ୍ଦରଗଡ଼ ନିର୍ବାଚନ ମଣ୍ଡଳୀରେ ୨୦୧୫ରୁ ବର୍ତ୍ତମାନ ସୁଦ୍ଧା ୫୪୬ ଜଣ ଶିଶୁ ବିଭିନ୍ନ ସ୍ୱାସ୍ଥ୍ୟଗତ କାରଣରୁ ମୃତ୍ୟୁବରଣ କରିଛନ୍ତି। ବିଜେପି ବିଧାୟିକା କୁସୁମ ଟେଟେଙ୍କ ଏକ ପ୍ରଶ୍ନର ଉତ୍ତରରେ ଏହି ସୂଚନା ଦେଇଛନ୍ତି ରାଜ୍ୟ ମହିଳା ଓ ଶିଶୁବିକାଶ ଏବଂ ମିଶନ୍‍ ଶକ୍ତି ମନ୍ତ୍ରୀ ଟୁକୁନି ସାହୁ।
ମନ୍ତ୍ରୀ ତାଙ୍କ ଉତ୍ତରରେ ଦର୍ଶାଇଛନ୍ତି ଯେ ଜିଲ୍ଲାରୁ ମିଳିଥିବା ସୂଚନାନୁଯାୟୀ ସୁନ୍ଦରଗଡ଼ ନିର୍ବାଚନ ମଣ୍ଡଳୀରେ ଗତ ୫ ବର୍ଷମଧ୍ୟରେ ୫୪୬ ଜଣ ଶିଶୁ ମୃତ୍ୟୁବରଣ କରିଛନ୍ତି। ରାଜ୍ୟରେ ୬ ମାସରୁ ୬ ବର୍ଷ ବୟସର ଶିଶୁଏବଂ ଗର୍ଭବତୀ ଓ ପ୍ରସୂତୀ ମହିଳାଙ୍କୁ ପରିପୂରକ ପୁଷ୍ଟି କାର୍ଯ୍ୟକ୍ରମ ମାଧ୍ୟମରେ ପ୍ରତିମାସରେ ୨୫ ଦିନ ପାଇଁ ପୁଷ୍ଟିକର ଖାଦ୍ୟ ଯୋଗାଇ ଦିଆଯାଉଛି। ପୁଷ୍ଟିହୀନତା ହ୍ରାସ ନିମନ୍ତେ ଏହି ଯୋଜନାରେ ଅଙ୍ଗନବାଡ଼ି କେନ୍ଦ୍ର ଜରିଆରେ ନୂତନ ଖାଦ୍ୟ ତାଲିକା ଅନୁଯାୟୀ ୨୫ ଦିନ ପାଇଁ ପୁଷ୍ଟିକର ଖାଦ୍ୟ ମିଳୁଛି।
୬ ମାସରୁ ୩ ବର୍ଷବୟସର ସାଧାରଣ ଶିଶୁଙ୍କୁ ମାସକୁ ୨୪୫୦ ଗ୍ରାମ୍‍ ଓଜନର ଛତୁଆ, ଦେଢ଼ କିଲୋ ଓଜନର ଶୁଖିଲା ରାସନ, ୧୨ଟି ସିଝା ଅଣ୍ଡାମିଳୁଛି। ୬ ମାସରୁ ୩ ବର୍ଷବୟସର ଅତିଶୟ କମ୍‍ ଓଜନର ଶିଶୁଙ୍କୁ ୪୯୦୦ ଗ୍ରାମ୍‍ ଛତୁଆ, ୧୯.୬୭ ଓଜନ ବିଶିଷ୍ଟ ୮୩ଟି ମାଣ୍ଡିଆ କିମ୍ବା ବେସନ ଲଡ଼ୁ ଓ ୧୨ଟି ସିଝା ଅଣ୍ଡା ମିଳୁଛି। ଯେଉଁ ଶିଶୁମାନେ ଅଣ୍ଡାଖାଇବେ ନାହିଁ ସେମାନଙ୍କୁ ମାସକୁ ଅତିରିକ୍ତଭାବେ ୬୦ଟି ଲଡ଼ୁ ପ୍ରଦାନ କରାଯିବାରବ୍ୟବସ୍ଥାହୋଇଛି।
୩ ବର୍ଷରୁ ୬ ବର୍ଷବୟସର ଅତିଶୟକମ୍‍ ଓଜନ ବିଶିଷ୍ଟଶିଶୁଙ୍କୁମାସକୁ ୧୮୦୦ ଗ୍ରାମ୍‍ ଓଜନର ଛତୁଆ, ୪୨ଟି ମାଣ୍ଡିଆ/ବେସନ ଲଡ଼ୁ ଦିଆଯାଉଛି। ୩ରୁ ୬ ବର୍ଷବୟସରଶିଶୁଙ୍କୁ ଅଙ୍ଗନବାଡ଼ିକେନ୍ଦ୍ରରେ ଗରମ ରନ୍ଧା ଖାଦ୍ୟରେ ସପ୍ତାହକୁ ୫ଟି ଅଣ୍ଡା ଦିଆଯାଉଥିବା ମନ୍ତ୍ରୀ ଶ୍ରୀମତୀ ସାହୁ ତାଙ୍କଉତ୍ତରରେ ଉଲ୍ଲେଖକରିଛନ୍ତି।

Comments are closed.