ରାଜ୍ୟରେ ଦିନକରେ ୫୨୬ ନୂଆ କରୋନା ସଂକ୍ରମିତ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୫୨୬ ଜଣ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରେ ସଂଗରୋଧରୁ ୩୦୩ ଓ ସ୍ଥାନୀୟ ସଂକ୍ରମିତ ୨୨୩ ଜଣ ରହିଛନ୍ତି । ନୂଆ ସଂକ୍ରମିତଙ୍କ ମଧ୍ୟରେ ୧୮ ବର୍ଷରୁ କମ୍‌ ବୟସର ପିଲା ୬୮ ଜଣ ରହିଥିବା ଜଣାଯାଇଛି । ଅନୁଗୁଳ ଜିଲାରୁ ୩, ବାଲେଶ୍ୱର ୩୩, ଭଦ୍ରକ ୩, ବଲାଙ୍ଗିର ୧ ଓ କଟକରୁ ୬୩ ଜଣ ଚିହ୍ନଟ ହୋଇଛନ୍ତି । ଦେବଗଡରୁ ୩, ଗଜପତି ୨, ଗଞ୍ଜାମ ୩, ଜଗତସିଂହପୁର ୧୬, ଯାଜପୁର ୧୩, ଝାରସୁଗୁଡାରେ ଜଣେ ଚିହ୍ନଟ ହୋଇଛନ୍ତି । କଳାହାଣ୍ଡିରେ ୧, କନ୍ଧମାଳ ୩, କେନ୍ଦ୍ରାପଡା ୧୪, ଖୋର୍ଦ୍ଧା ୨୩୩, କୋରାପୁଟ ୪, ମାଲକାନଗିରି ୨ ଓ ମୟୁରଭଞ୍ଜରେ ୨୯ ଜଣ ଚିହ୍ନଟ ହୋଇଛନ୍ତି । ସେହିଭଳି ନୟାଗଡରେ ୨, ପୁରୀ ୧୧, ରାୟଗଡା ୨, ସମ୍ବଲପୁର ୭, ସୋନପୁର ୧, ସୁନ୍ଦରଗଡ ୧୯ ଓ ଷ୍ଟେଟପୁଲରୁ ୫୫ ଜଣ ଚିହ୍ନଟ ହୋଇଛନ୍ତି । ଦିନକରେ ୫୯୮ ଜଣ ସୁସ୍ଥ ହୋଇଛନ୍ତି । ରାଜ୍ୟରେ ସଂପ୍ରତି ୫୦୩୫ ଜଣ ସକ୍ରିୟ କରୋନା ଆକ୍ରାନ୍ତ ରହିଛନ୍ତି ।

Comments are closed.