ନାଗରିକତା ଆଇନ ସମର୍ଥନରେ ଆସିଛି ୫୨ ଲକ୍ଷ ମିସ୍‌ଡ କଲ୍‌: ଶାହା

ନୂଆଦିଲ୍ଲୀ: ନାଗରିକତା ସଂଶୋଧନ ଆଇନ(ସିଏଏ) ସମର୍ଥନ ଲାଗି ଜାରି ହୋଇଥିବା ସ୍ବତନ୍ତ୍ର ନମ୍ବରକୁ ଦେଶବ୍ୟାପୀ ୫୨ ଲକ୍ଷ ମିସ୍‌ଡ କଲ୍‌ ଆସିଛି। ମାତ୍ର ୪ ଦିନ ମଧ୍ୟରେ ଏତେ ସଂଖ୍ୟକ ମିସ୍‌ଡ କଲ୍‌ ଆସିଥିବା କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଏହି ସୂଚନା ଦେଇଛନ୍ତି। ଗତ ଶୁକ୍ରବାର ବିଜେପି ପକ୍ଷରୁ ସିଏଏ ସମର୍ଥନରେ ଦେଶବ୍ୟାପୀ ଅଭିଯାନ ଆରମ୍ଭ କରାଯିବା ସହିତ ଏକ ଟୋଲ୍‌ ଫ୍ରି ନମ୍ବର(୮୮୬୬୨୮୮୬୬୨) ଜାରି କରାଯାଇଥିଲା। ଆଇନକୁ ସମର୍ଥନ କରୁଥିବା ବ୍ୟକ୍ତି ଉକ୍ତ ନମ୍ବରରେ ମିସ୍‌ଡ କଲ୍‌ କରିବାକୁ ଅନୁରୋଧ କରାଯାଇଥିଲା। ଇତିମଧ୍ୟରେ ମୋଟ ୬୮ ଲକ୍ଷ ମିସ୍‌ଡ କଲ୍‌ ଆସିଥିଲା। ସେଥିରୁ ୫୨ ଲକ୍ଷ ୭୨ ହଜାର ମିସ୍‌ଡ କଲ ଠିକ୍‌ ବୋଲି ଶାହା କହିଛନ୍ତି।

Comments are closed.