ପୁଣି ଦିନକରେ ୫୧ ଜଣଙ୍କର ପ୍ରାଣ ନେଲା କରୋନା

ଭୁବନେଶ୍ୱର: ରାଜ୍ୟରେ ଦିନକରେ ୫୧ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି। ଏଥିସହିତ ରାଜ୍ୟରେ କରୋନା ଜନିତ ମୃତ୍ୟୁସଂଖ୍ୟା ୪୯୯୯କୁ ବୃଦ୍ଧିପାଇଛି। ବରଗଡ ଜିଲାରୁ ୫ ଜଣ କୋଭିଡ ସଂକ୍ରମିତଙ୍କର ମୃତ୍ୟୁ ଘଟିଛି। ଖୋର୍ଦ୍ଧା ଜିଲାରୁ ୯ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ସେମାନଙ୍କ ମଧ୍ୟରେ ଭୁବନେଶ୍ୱର ମହାନଗର ନିଗମ ଅଂଚଳରେ ୫ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି। ସେହିଭଳି ଭଦ୍ରକ ଜିଲାରୁ ୨ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ କଟକ ଜିଲାରୁ ୩, ଦେବଗଡରୁ ୨, ଢେଙ୍କାନାଳ ଜିଲାରୁ ୫ ଜଣଙ୍କର ମୃତ୍ୟୁ ଘଟିଛି।
ଏହି ସମୟ ମଧ୍ୟରେ ଗଞ୍ଜାମରୁ ୨, ଜଗତସିଂହପୁର ୨, ଯାଜପୁର ୩, କନ୍ଧମାଳ, ନବରଙ୍ଗପୁର, କେନ୍ଦ୍ରାପଡା ଓ କେନ୍ଦୁଝର ଜିଲାରୁ ଜଣେ ଲେଖାଏଁ କରୋନା ସଂକ୍ରମିତଙ୍କର ମୃତ୍ୟୁ ଘଟିଛି। ମୟୁରଭଞ୍ଜ ଜିଲାରୁ ୫, ନୟାଗଡ ଜିଲାରୁ ୩, ପୁରୀ ଜିଲାରେ ୩ ଏବଂ ସୁନ୍ଦରଗଡ ଜିଲାରେ ୩ ଜଣଙ୍କ ଜୀବନ ନେଇଛି କରୋନା।

Comments are closed.