ମାଙ୍କଡ଼ ଠିକଣା ଦେଲେ ୫୦ ହଜାର ଟଙ୍କା ପୁରସ୍କାର

ଲୁଧିଆନା: ଗୋଟାଏ ମାଙ୍କଡ଼ ଠିକଣା ଦେଲେ ମିିଳିବ ୫୦ ହଜାର ଟଙ୍କା ପୁରସ୍କାର । ଆଶ୍ଚର୍ଯ୍ୟ ହେଉଛନ୍ତି କି ? ମାତ୍ର କଥାଟି ସତ । ଖୋଦ ବନ ବିଭାଗ ଏହି ଘୋଷଣା କରିିଛି । ଏହି ମାଙ୍କଡ଼କୁ ଜଣେ ବ୍ୟକ୍ତି ବନ୍ଦୀ କି ରଖିଥିଲେ । ଏ ସମ୍ପର୍କରେ ଅଭିଯୋଗ ମିିଳିବା ପରେ ସଂପୃକ୍ତ ବ୍ୟକ୍ତିଙ୍କ ବିରୋଧରେ ବନ ବିଭାଗ ମାମଲା ରୁୁଜୁ କରିଛି, ମାତ୍ର ଏ ପର୍ଯ୍ୟନ୍ତ କଥିତ ମାଙ୍କଡ଼ର ପତ୍ତା ମିଳିନାହିଁ । ଏହାପରେ ପେଟା ପକ୍ଷରୁ ଏହି ମାଙ୍କଡ଼ ‘ମୋକୁ’ର ସୂଚନା ଦେବା ବ୍ୟକ୍ତିକୁ ୫୦ ହଜାର ଟଙ୍କା ପୁରସ୍କାର ଦିଆଯିବ ବୋଲି ଘୋଷଣା କରାଯାଇଛି । ଚଣ୍ଡୀଗଡ଼ ଇତିହାସରେ ଏପରି ଘଟଣା ଘଟିବା ପ୍ରଥମ ବୋଲି କୁହାଯାଉଛି । ଚଣ୍ଡୀଗଡ଼ ବନ ବିଭାଗର ଅଧିକାରୀ ଡ଼ା. ଅବଦୁଲ କ୍ବାମଙ୍କ ସୂଚନା ଅନୁସର ଏହି ସାନ  ମାଙ୍କଡ଼ ପ୍ରତି ଅନ୍ୟାୟ ହୋଇଛି । ତାକୁ ବନ୍ଦୀ କରି ରଖାଯାଇଥିଲା ଓ ଏହାପରେ ତାର ପତ୍ତା ମିଳୁନାହିଁ । ତେଣୁ ତାର ଜୀବିତ ରହିବା ନିଶ୍ଚିତ କରିବା ଲାଗି ପୁରସ୍କାର ଘୋଷଣା କରାଯାଇଛି ।

ପେଟାର ସଦସ୍ୟ ଗାରିମା କହିଛନ୍ତି ଯେ ନିଖୋଜ ମାଙ୍କଡ଼ଟିକୁ ଖୋଜିବା ପାଇଁ ବେଶ ଚେଷ୍ଟା କରାଯାଇଛି, ତଥାପି ତାର ଠିକଣା ମିଳିନାହିଁ । ବର୍ତମାନ ସହର ଓ ଜଂଗଲ ଉଭୟ ଅଞ୍ଚଳରେ ମାଙ୍କଡ଼କୁ ଖୋଜାଯାଉଛି । ତାକୁ ବନ୍ଧକ ରଖାଯାଇ ନାହିଁ ବା ତାର ମୃତ୍ୟୁ ହୋଇନାହିଁ  ଏହା ନିଶ୍ଚିତ ହେବା ଲାଗି ପେଟା ପୁରସ୍କାର ଘୋଷଣା କରିଛି ବୋଲି ଗାରିମା କହିଛନ୍ତି ।

Comments are closed.