ନନ୍ଦନକାନନ ବୁଲିଲେ ୫୬ହଜାର ପର୍ଯ୍ୟଟକ

ନନ୍ଦନକାନନ: ନନ୍ଦନକାନନକୁ ଚଳିତ ବର୍ଷ ରଜରେ ମୋଟ ୫୬ ହଜାର୯୧ଜଣ ପର୍ଯ୍ୟଟକ ଆସିଥିବା ଜଣାପଡ଼ିଛି।ଶୁକ୍ରବାର ପ୍ରଥମ ରଜରେ ୧୨,୨୦୧ଜଣ ପର୍ଯ୍ୟଟକ ଆସିଥିଲେ। ସେମାନଙ୍କଠାରୁ ରାଜସ୍ୱ ବାବଦରେ ୪୦, ୩୦୦ଟଙ୍କା ଆଦାୟ ହୋଇଥିଲା। ଶନିବାର ଦ୍ଵିତୀୟ ରଜରେ ୨୪,୭୮୧ଜଣ ଆସିଥିବା ପର୍ଯ୍ୟଟକଙ୍କଠାରୁ ମୋଟ ୧୦ ଲକ୍ଷ ୯୨ ହଜାର ୭୩୦ଟଙ୍କା ରାଜସ୍ୱ ଆଦାୟ ହୋଇଥିଲା। ଶେଷ ରଜ ରବିବାର ୧୯,୧୧୮ଜଣ ଆସିଥିବା ପର୍ଯ୍ୟଟକଙ୍କଠାରୁ ରାଜସ୍ୱ ବାବଦରେ ୮ଲକ୍ଷ ୩୩ ହଜାର୭୬୦ଟଙ୍କା ଆଦାୟ ହୋଇଛି।

ବଟାନିକାଲ ଗାର୍ଡେନକୁ ପ୍ରଥମ ରଜରେ ଆସିଥିବା ୮୯୪ଜଣ ପର୍ଯ୍ୟଟକଙ୍କଠାରୁ ୩୧,୧୪୦ଟଙ୍କା ରାଜସ୍ୱ ଆଦାୟ ହୋଇଥିଲା। ଦ୍ଵିତୀୟ ରଜରେ ୧୨୯୪ଜଣ ପର୍ଯ୍ୟଟକଙ୍କଠାରୁ ୪୫,୨୯୦ଟଙ୍କା ରାଜସ୍ୱ ଆଦାୟ ହୋଇଥିଲା। ଶେଷଦିନରେ ୮୧୦ଜଣ ପର୍ଯ୍ୟଟକଙ୍କଠାରୁ ୩୧,୫୧୦ଟଙ୍କା ରାଜସ୍ୱ ଆଦାୟ ହୋଇଥିବା ନେଇ ରେଞ୍ଜର କୁମାର ବେହେରା ଓ ବଟାନିକାଲ ରେଞ୍ଜର କମଳ ପଟ୍ଟନାୟକ କହିଛନ୍ତି।

Comments are closed.