୫୦୦ ଡୋଜ୍‌ ଟିକା ନଷ୍ଟ କଲେ ଫାର୍ମାସିଷ୍ଟ

ୱାଶିଂଟନ୍‌: ଆମେରିକାର ୱିକନସିନ୍‌ ପ୍ରଦେଶରେ ଜଣେ ଫର୍ମା​‌ସିଷ୍ଟ ୫୦୦ ଡୋଜ୍ ମଡେର୍ଣ୍ଣା ଟିକା ନଷ୍ଟ କରିଦେଇଛନ୍ତି। ଔରୋରା ମେଡିକାଲ ସେଣ୍ଟରରେ ଫାର୍ମାସିଷ୍ଟ ଭାବେ କାର୍ଯ୍ୟ କରୁଥିବା ଷ୍ଟିଭେନ୍‌ ବ୍ରାଡେନବର୍ଗ କହିଛନ୍ତି ଯେ ମଡେର୍ଣ୍ଣା ଟିକା ମଣିଷର ଡିଏନ୍‌ଏକୁ ନଷ୍ଟ କରିଦେବାର ଆଶଙ୍କା ରହିଛି। ତେଣୁ ଏହି ଟିକାକୁ ଫ୍ରିଜ୍‌ରୁ ବାହାର କରି ଫୋପାଡିଦେବାକୁ ନଷ୍ପତ୍ତି ନେଲି। ପ୍ରଥମେ ୫୭ଟି ଡୋଜ୍ ଫ୍ରିଜ୍ ବାହାରେ ପଡିଥିବା ଦେଖିବାକୁ ମିଳିଥିଲା। ପରେ ଅନୁଧ୍ୟାନ କରାଯିବାରୁ ଅଧିକ ପରିମାଣର ଡୋଜ୍‌ ଫ୍ରିଜ୍ ବାହାରେ ପଡିଥିବା ଦେଖିବାକୁ ମିଳିଥିଲା। ରିପୋର୍ଟ ଅନୁଯାୟୀ ଫାର୍ମାସିଷ୍ଟ ଷ୍ଟିଭେନ୍ ପୁଲିସ ଓ କୋର୍ଟରେ କହିଛନ୍ତି ଯେ ମଡେର୍ଣ୍ଣା ଟିକା ନିରାପଦ ନୁହେଁ। ତେଣୁ ଏହାକୁ ସେ ନଷ୍ଟ କରିଦେବାକୁ ଉଚିତ୍‌ ମନେକଲେ। ସରକାରୀ ଓକିଲ କହିଛନ୍ତି ଯେ ପାରିବାରିକ ସମସ୍ୟାକୁ ନେଇ ଷ୍ଟିଭେନ୍‌ ଏବେ ମାନସିକ ଚାପରେ ଥିବାରୁ ଏପରି କରିଛନ୍ତି।

Comments are closed.