ବିହାର ଚାଲାଣ ବେଳେ ବ୍ରହ୍ମପୁରରୁ ୫୦୦ କେଜି ଗଂଜେଇ ଜବତ

ବ୍ରହ୍ମପୁର: ମଙ୍ଗଳବାର ଭୋର ୩ଟା ବେଳେ ବ୍ରହ୍ମପୁର ଫାଷ୍ଟଗେଟ ଛକରେ ୫୦୦ କେଜି ଗଂଜେଇ ଜବତ ହୋଇଛି । ଗଜପତି ଜିଲ୍ଲାରୁ ବିହାର ଅଭିମୁଖେ ଯାଉଥିବା ଏକ ଟ୍ରକରୁ ଦକ୍ଷିଣାଞ୍ଚଳ ଅବକାରୀ ଗୁଇନ୍ଦା ବିଭାଗ ଦଳ ଉପରୋକ୍ତ ପରିମାଣର ପ୍ରାୟ ୪୫ ଲକ୍ଷ ଟଙ୍କା ମୂଲ୍ୟର ଗଂଜେଇ ଜବତ କରିଛନ୍ତି । ତେବେ ଏହି ଟ୍ରକ ଚାଳକ ଓ ଗଂଜେଇ ଚାଲାଣକାରୀ ଘଟଣାସ୍ଥଳରୁ ଫେରାର ହୋଇଯାଇଛନ୍ତି ।

Comments are closed.