‘ଫନି’ରେ ହୋଟେଲ ଶିଳ୍ପର ୫୦୦ କୋଟି କ୍ଷତି

ଭୁବନେଶ୍ଵର: ବାତ୍ୟା ‘ଫନି’ ଯୋଗୁ ରାଜ୍ୟରେ ହୋଟେଲ ଶିଳ୍ପର ୫୦୦ କୋଟି ଟଙ୍କାର କ୍ଷତି ହୋଇଥିବା ଆକଳନ କରାଯାଇଛି। ବାଣିଜ୍ୟିକ କ୍ଷେତ୍ରରେ ୨ ହଜାର କୋଟି ଟଙ୍କା କ୍ଷତି ହୋଇଥିବା ହୋଟେଲ ଏବଂ ରେସ୍ତୋରାଁ ସଂଘ ପକ୍ଷରୁ ସୂଚନା ଦିଆଯାଇଛି। ଏହାକୁ ଦୃଷ୍ଟିରେ ରଖି ସମସ୍ତ ବ୍ୟାଙ୍କ ପକ୍ଷରୁ ତୁରନ୍ତ ଋଣ ବ୍ୟବସ୍ଥା କରିବା ପାଇଁ ସଂଘ ନିବେଦନ କରିଛି। କ୍ଷୟକ୍ଷତି ପାଇଁ ବୀମା ବାବଦରେ ୫୦ ପ୍ରତିଶତ ଅଗ୍ରୀମ ଦେବାକୁ ଅନୁରୋଧ କରାଯାଇଛି। ସେହିପରି ହୋଟେଲ କର୍ମଚାରୀଙ୍କ ବର୍ଷକର ଇଏସଆଇ, ଇପିଏଫ ପ୍ରିମିୟମ ଛାଡ଼, ଜିଏସଟି, ମ୍ୟୁନିସପାଲିଟି ଟିକସ ୨ବର୍ଷ ଛାଡ଼ କରିବାକୁ ମଧ୍ୟ ସଂଘ ପକ୍ଷରୁ ନିବେଦନ କରାଯାଇଛି।

Comments are closed.