ଚକ ଫାଟିଯିବା ପରେ ଘାଟିରେ ଲାଖି ରହିଲା ବସ୍‌, ବର୍ତ୍ତିଲେ ୫୦ ଛାତ୍ରଛାତ୍ରୀ

କନ୍ଧମାଳ: କନ୍ଧମାଳର ଦାରିଙ୍ଗବାଡ଼ି ଅଞ୍ଚଳରେ ଏକ ବସ୍‌ ବଡ଼ ଧରଣରୁ ଦୁର୍ଘଟଣାରୁ ବର୍ତ୍ତିଯାଇଛି। ଏହା ସହିତ ସେଥିରେ ଥିବା ୫୦ ଛାତ୍ରଛାତ୍ରୀ ମଧ୍ୟ ଅଳ୍ପକେ ରକ୍ଷା ପାଇଯାଇଛନ୍ତି। ସୂଚନା ଅନୁସାରେ, ଭୁବନେଶ୍ଵରର ଏକ କଲେଜର ଛାତ୍ରଛାତ୍ରୀମାନେ ବଣଭୋଜି ସାରି ଫେରୁଥିଲେ। ବୁଧବାର ରାତିରେ ଦାରିଙ୍ଗବାଡ଼ିର ଗାଜଲବାଡ଼ି ଘାଟିର ୯ ନମ୍ବର ବୁଲାଣିରେ ବସ୍‌ ଚକ ଫାଟିଯାଇଥିଲା। ଏହା ପରେ ବସ୍‌ଟି ଘାଟି ପାର୍ଶ୍ଵକୁ ଖସିଆସିଥିଲା। କିନ୍ତୁ ଶେଷରେ ବସ୍‌ର ମଧ୍ୟଭାଗ ରାସ୍ତାରେ ଲାଖି ଯାଇଥିଲା। ପରେ ପିଲାମାନେ ବସ୍‌ କାଚ ଭାଙ୍ଗି ବାହାରକୁ ବାହାରି ଆସିଥିଲେ। ଖବର ପାଇ ପୁଲିସ ପହଞ୍ଚିବା ସହିତ ଅନ୍ୟ ଏକ ବସରେ ପିଲାମାନଙ୍କୁ ପଠାଯାଇଥିଲା।

Comments are closed.