ଚିଲିକା ମଝିରେ ଅଟକିଲା ଡଙ୍ଗା, ଫସିଲେ ୩୦ ଛାତ୍ରଙ୍କ ସମେତ ୫୦ରୁ ଅଧିକ ଯାତ୍ରୀ

ପୁରୀ: ଚିଲିକା ମଝିରେ ପୁଣି ଥରେ ଅଟକି ରହିଲା ଡଙ୍ଗା। ଯାନ୍ତ୍ରିକ ତ୍ରୁଟି ଯୋଗୁ ଡଙ୍ଗାଟି ଅଟକିଥିବା ନେଇ ସୂଚନା ମିଳିଥିବାବେଳେ ସେଥିରେ ୩୦ ଛାତ୍ରଙ୍କ ସମେତ ୫୦ରୁ ଅଧିକ ଯାତ୍ରୀ ଫସି ରହିଥିବା ଜଣାପଡ଼ିଛି। ଖବର ମିଳିବା ପରେ ପ୍ରଶାସନ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଛି। ସୂଚନା ଅନୁସାରେ, ବୁଧବାର ସକାଳେ ଡଙ୍ଗାଟି ଜହ୍ନିକୁଦାରୁ ସାତପଡ଼ା ଆସୁଥିଲା। କିନ୍ତୁ ମହିଷା ନିକଟରେ ଡଙ୍ଗା ହଠାତ୍‌ ଅଚଳ ହୋଇପଡ଼ିଥିଲା। ମଝି ଚିଲିକାରେ ଡଙ୍ଗା ଅଟକି ରହିଥିଲା। ଡଙ୍ଗାରେ ଥିବା ୩୦ ଛାତ୍ର ଯୁକ୍ତ ୨ ପରୀକ୍ଷା ଦେବାକୁ ଆସୁଥିଲେ ବୋଲି ସୂଚନା ମିଳିଛି।

Comments are closed.