କରୋନା ମହାମାରୀ କବଳରେ ସହରାଞ୍ଚଳର ୫୦ ପ୍ରତିଶତ ଲୋକ

ମୁମ୍ବଇ:କରୋନା ମହାମାରୀ ଦିନକୁ ଦିନ ନିଜର କାୟା ବିସ୍ତାର କରିଚାଲିଛି। ଗ୍ରାମାଞ୍ଚଳ ଅପେକ୍ଷା ସହରାଞ୍ଚଳରେ ଏହାର ପ୍ରଭାବ ଅଧିକ ରହିଛି। ଦେଶରେ ସହରାଞ୍ଚଳରେ ବସବାସ କରୁଥିବା ଲୋକେ କରୋନା ମହାମାରୀ ଅତି ଖରାପ ଆଡ଼କୁ ଗତି କରୁଛି ବୋଲି ଧରି ନେଇଛନ୍ତି। କରୋନା ମହାମାରୀକୁ ପ୍ରତିହତ କରିବା ପାଇଁ ଦେଶରେ ଚତୁର୍ଥ ପର୍ୟ୍ୟାୟ ଲକ୍‌ଡାଉନ୍‌ ଜାରି କରାଯାଇଛି। ଦେଶରେ କୋଭିଡ୍‌-୧୯ ପରୀକ୍ଷଣରୁ ମୋଟ ପଜିଟିଭ୍‌ ସଂଖ୍ୟାର ଶତକଡ଼ା ୫୦ ପ୍ରତିଶତ ସହରାଞ୍ଚଳରେ ବସବାସ କରୁଥିବା ଲୋକ ରହିଛନ୍ତି ବୋଲି ଏକ ସର୍ବେକ୍ଷଣରୁ ଜଣାପଡ଼ିଛି। କରେନା ସଂକ୍ରମିତ ବହୁଳ ରାଷ୍ଟ୍ର ଚୀନ୍, ଭିଏତ୍‌ନାମ ଓ ତାଇୱାନ୍‌ ସହିତ ଭାରତ, ମେକ୍ସିକୋ ଏବଂ ଫିଲିପାଇନ୍‌ର କୋଭିଡ୍‌-୧୯ ତଥ୍ୟକୁ ଆଧାରରେ ସର୍ବେକ୍ଷଣ ରିପୋର୍ଟ ପ୍ରସ୍ତୁତ କରାଯାଇଛି।

ସର୍ବେକ୍ଷଣରେ ଦର୍ଶାଯାଇଛି ଭାରତରେ ସହରାଞ୍ଚଳର ୫୩ ପ୍ରତିଶତ ଲୋକ କରୋନା ଭୂତାଣୁ ସଂକ୍ରମଣ ଅତି ଖରାପ ଆଡ଼କୁ ଗତି କରୁଛି ବୋଲି ମତ ପ୍ରକାଶ କରିଛନ୍ତି। ଅପରପକ୍ଷରେ ଦେଶର ୩୮ ପ୍ରତିଶତ ଲୋକ ଏହା ଭଲସ୍ଥିତିକୁ ଆସୁଛି ବୋଲି କହିଥିବାବେଳେ ୩ ପ୍ରତିଶତ ଲୋକ ଦେଶରୁ କରୋନା ଭୂତାଣୁ ଚାଲିଗଲା ବୋଲି ଦାବି ରଖିଛନ୍ତି।

‘ଗ୍ଲୋବାଲ୍‌ କୋଭିଡ୍-୧୯ ମନିଟର’ ପକ୍ଷରୁ ଏହି ସର୍ବେକ୍ଷଣ କରାଯାଇଥିଲା। ଏଥିରେ ୨୬ଟି ଦେଶର ୨୭ହଜାର ଲୋକଙ୍କୁ ସାମିଲ କରାଯାଇଥିଲେ ସେଥିମଧ୍ୟରେ ୧,୦୬୬ ବ୍ୟକ୍ତିଙ୍କୁ ଅନ୍ତର୍ଭୁକ୍ତ କରାଯାଇଥିଲା। ଭାରତ ସମେତ ଫିଲିପାଇନ୍‌(୫୫ପ୍ରତିଶତ) ଏବଂ ଇଣ୍ଡୋନେସିଆ(୫୩ପ୍ରତିଶତ)ର ସହରାଞ୍ଚଳ ଲୋକେ କରୋନା ଭୂତାଣୁ ସଂକ୍ରମଣ ହ୍ରାସ ପାଇଛି ବୋଲି ମତ ଦେଇଛନ୍ତି। ତେବେ ଚୀନ୍‌ର ୮୯ ପ୍ରତିଶତ ଲୋକେ କରୋନା ସଂକ୍ରମଣରୁ ସୁସ୍ଥ ହୋଇଥିବା କହିଥିବାବେଳେ ଭିଏତ୍‌ନାମ୍‌ର ୮୮ ପ୍ରତିଶତ ଲୋକ ଦେଶରେ ଭଲ ପରିସ୍ଥିତି ଫେରିଥିବା ପ୍ରକାଶ କରିଛନ୍ତି। ସେହିପରି ତାୱାନ୍‌ରେ ୮୮ ପ୍ରତିଶତ ଲୋକ ସେମାନଙ୍କ ଜୀବନଶୈଳୀରେ ଉନ୍ନତି ଆସିଥିବା କହିଛନ୍ତି। ୟୁରୋପୀୟ ଦେଶଗୁଡ଼ିକ ମଧ୍ୟରୁ ଇଟାଲିରେ ୮୩ ପ୍ରତିଶତ ଲୋକ କରୋନା ସଂକଟ ଅତି ଜଟିଳ ଥିବା ପ୍ରକାଶ କରିଥିଲେ ଓ ୭ ପ୍ରତିଶତ ସଂକ୍ରମଣ ମୁକ୍ତ ହେବା ନେଇ ଆଶା ପ୍ରକାଶ କରିଥିଲେ।

ଅନ୍ତର୍ଜାତୀୟ ତଥ୍ୟକୁ ବିଶ୍ଲେଷଣ କଲେ ଜଣାଯାଏ ଯେ ଭାତରରେ ପ୍ରତି ୧୦ଜଣଙ୍କ ମଧ୍ୟରୁ ୬ଜଣ କରୋନା ସଂକଟ ଅତି ଖରାପ ବୋଲି କହିଥିବାବେଳେ ୩୦ ପ୍ରତିଶତ ଲୋକ ବିଶ୍ବତଥ୍ୟ ଅନୁସାରେ ଭଲ ଅଛି ବୋଲି ମତବ୍ୟକ୍ତ କରିଛନ୍ତି। ସେଥିମଧ୍ୟରୁ ୭୩ ପ୍ରତିଶତ ଲୋକ କହିଛନ୍ତି ଯେ ଯଦି କୋଭିଡ୍‌-୧୯ ଦୀର୍ଘ ଦିନ ପର୍ୟ୍ୟନ୍ତ ଦେଶରେ ନିଜର ପ୍ରଭାବ ଜାରି ରଖେ, ତାହେଲ ଏହା ସମାଜ ଉପର ଖରାପ ପ୍ରଭାବ ପକାଇବ ଏବଂ ଏହା ଆର୍ଥିକସ୍ଥିତିକୁ ଦୋହଲାଇ ଦେବ।

Comments are closed.