ଆରଟିଓ ଠିକା କର୍ମଚାରୀ, ଡ୍ରାଇଭରଙ୍କ ପାଇଁ ୫୦ ଲକ୍ଷ ଟଙ୍କାର ବୀମା ରାଶି

ଭୁବନେଶ୍ବର : କୋଭିଡ୍-୧୯ କାର୍ଯ୍ୟରେ ନିୟୋଜିତ ଗାଡ଼ିର କର୍ମଚାରୀ ଏବଂ ଆରଟିଓ କର୍ମଚାରୀଙ୍କ ପାଇଁ ୫୦ ଲକ୍ଷ ଟଙ୍କାର ଜୀବନ ବୀମା କରାଯାଇଛି। ଆଜି ରାଜ୍ୟ ପରିବହନ କର୍ତ୍ତୃପକ୍ଷ (ଏସ୍‌ଟିଏ) ଜାରି କରିଥିବା ନିର୍ଦେଶନାମାରେ କୁହାଯାଇଛି ଯେ କୋଭିଡ୍-୧୯ ଡ୍ୟୁଟିରେ ନିୟୋଜିତ ଘରୋଇ ଡ଼ାକ୍ତରଖାନାର କର୍ମଚାରୀ, ଅବରପ୍ରାପ୍ତ ସ୍ବେଚ୍ଛାସେବୀ, ପୌର କର୍ମଚାରୀ, ଠିକା, ଚୁକ୍ତିଭିତ୍ତିକ, ଆଡହକ୍, ଦୈନିକ ମଜୁରିରେ କାର୍ଯ୍ୟରତ କର୍ମଚାରୀଙ୍କ ପାଇଁ ଜୀବନ ବୀମା କରିବା ପାଇଁ କେନ୍ଦ୍ର ସରକାର ଅନୁମତି ଦେଇଛନ୍ତି। ଯଦି ଉପରୋକ୍ତ କର୍ମଚାରୀ ଯଦି ଡ୍ୟୁଟି ସମୟରେ ସଂକ୍ରମିତ ହୋଇ ମୃତ୍ୟୁବରଣ କରନ୍ତି ତେବେ ସେମାନଙ୍କ ପରିବାର ବର୍ଗକୁ ରାଜ୍ୟ ସରକାର ୫୦ ଲକ୍ଷ ଟଙ୍କାର ବୀମା ରାଶି ପ୍ରଦାନ କରିବେ। ଏହି ପରିପ୍ରେକ୍ଷୀରେ ଏସ୍‌ଟିଏ ପକ୍ଷରୁ ସମସ୍ତ ଆରଟିଓ, ଏଆରଟିଓ, ଡେପୁଟି କମିଶନରଙ୍କୁ କୁହାଯାଇଛି ଯେ ବାହାର ରାଜ୍ୟରୁ ଓଡ଼ିଶାକୁ ଆସୁଥିବା ଲୋକଙ୍କ ପାଇଁ ବିଭିନ୍ନ ସୀମା ଚେକ୍ ପଏଣ୍ଟ, ରିକ୍ୟୁଜିସନ୍ ହୋଇଥିବା ଗାଡ଼ି, ରେଳ ଷ୍ଟେସନ୍‌ରେ ନିୟୋଜିତ ଠିକା କର୍ମଚାରୀମାନଙ୍କର ତାଲିକା ପ୍ରସ୍ତୁତ କରି ରଖିବେ। ଏସବୁ ଗାଡ଼ିର ଡ୍ରାଇଭର୍, ହେଲ୍ପରଙ୍କ ବିବରଣୀ ତାଲିକାଭୁକ୍ତ କରିବାକୁ ନିର୍ଦେଶ ଦିଆଯାଇଛି।

Comments are closed.