କଟକ ଗଣଦୁଷ୍କର୍ମ ଘଟଣାର ବିଚାର ବିଭାଗୀୟ ତଦନ୍ତ ଓ ପୀଡ଼ିତାଙ୍କୁ ୫୦ ଲକ୍ଷ ଟଙ୍କା କ୍ଷତିପୂରଣ ଦାବି

ଭୁବନେଶ୍ୱର: ହାଥ୍ରାସ ଠାରୁ ଆରମ୍ଭ କରି କଟକ ଯାଏଁ ସାରା ଦେଶରେ ଘଟୁଥିବା ସମସ୍ତ ଦୁଷ୍କର୍ମ, ଗଣଦୁଷ୍କର୍ମ, ହତ୍ୟା, ଦେଶର ବିଭିନ୍ନ ଅଞ୍ଚଳରେ ଘଟୁଥିବା ମହିଳା ହିଂସା, ନିର୍ଯାତନା ଓ ପକ୍ଷପାତିତା  ଏକ ହେବା ସହ ଏଭଳି କାଣ୍ଡର ତୁରନ୍ତ ଫାଷ୍ଟ ଟ୍ରାକ୍ କୋର୍ଟରେ ବିଚାର ହୋଇ ଅପରାଧୀକୁ ଦୃଷ୍ଟାନ୍ତମୂଳକ ଶାସ୍ତି, ପୀଡ଼ିତାକୁ ଅନ୍ୟୁନ ୫୦ ଲକ୍ଷ ଟଙ୍କା ଅନୁକମ୍ପା ଘୋଷଣା ଦାବିରେ “ଆମେ ଭାରତବାସୀ” ତରଫରୁ ଏକ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଛି ।    ଏଥିରେ ଲୋହିଆ ଏକାଡେମୀର ସମ୍ପାଦକ ଦେବ ପ୍ରସାଦ ରାୟ, ପୂର୍ବତନ ବିଧାୟକ ରାଧାକାନ୍ତ ସେଠୀ, ସିପିଆଇ ନେତା ଆଶୋକ ସାହୁ, ଶ୍ରମିକ ନେତା ମହେନ୍ଦ୍ର ପରିଡା, ସିପିଆଇ ନେତା ଜୟନ୍ତ ଦାସ, ଛାଇର ସମ୍ପାଦକ ସତୀଶ ମିଶ୍ର, କଂଗ୍ରେସ ନେତା ଅମୀୟ ପାଣ୍ଡବ, ଅଲ୍ ଇଣ୍ଡିଆ ଫରୱାର୍ଡ ବ୍ଲକର ସମ୍ପାଦକ ଜ୍ୟୋତି ରଞ୍ଜନ ମହାପାତ୍ର, ଅଖିଳ ଭାରତ ଛାତ୍ର ସଂଘର ରାଜ୍ୟ ସଭାନେତ୍ରୀ ସଂଘମିତ୍ରା ଜେନା, ସାମାଜିକ କର୍ମୀ ଅପର୍ଣ୍ଣା ତ୍ରିପାଠୀ, ଅଲ୍ ଇଣ୍ଡିଆ ଫରୱାର୍ଡ ବ୍ଲକ ପକ୍ଷରୁ ବିଜୟ କୁମାର ବାରିକ ଓ ନାରାୟଣ ଦାସ ସାମିଲ ହୋଇ ସରକାର ତୁରନ୍ତ ପଦକ୍ଷେପ ନେବା ପାଇଁ ଦାବି କରିଥିଲେ । ଆଜିର କାର୍ୟ୍ୟକ୍ରମକୁ ସଂଯୋଜନା କରିଥିଲେ ମାନସ ପଟ୍ଟନାୟକ ।

Comments are closed.