ଖଣିରେ ଭୁସ୍ଖଳନ, ୫୦ ମୃତ

ନେପିଟା: ମ୍ୟାନ୍‌ମାରର ଏକ ଖଣିରେ ଭୁସ୍ଖଳନ ଘଟି ୫୦ ଶ୍ରମିକଙ୍କ ମୃତ୍ୟୁ ହୋଇଛି। ଏହା ସହିତ ଖଣି ଭିତରେ ଶତାଧିକ ଶ୍ରମିକ ଚାପି ହୋଇ ରହିଥିବା ଆଶଙ୍କା କରାଯାଉଛି। ମ୍ୟାନ୍‌ମାରର ଅଗ୍ନିଶମ ବିଭାଗ ଏବଂ ସୂଚନା ମନ୍ତ୍ରଣାଳୟ ପକ୍ଷରୁ ଗୁରୁବାର ଏହା ସ୍ପଷ୍ଟ କରାଯାଇଛି।

ମ୍ୟାନ୍‌ମାରର କୋଚିନ୍‌ ରାଜ୍ୟର ଜେଡ୍‌-ସମୃଦ୍ଧ ହାପାକାନ୍ତ ଅଞ୍ଚଳରେ ଶ୍ରମିକମାନେ ଖଣିରେ ଜେଡ୍‌ ପଥରକୁ ଏକାଠି କରୁଥିଲେ। ଏହି ସମୟରେ ପ୍ରବଳ ବର୍ଷା ହେବାରୁ ଭୁସ୍ଖଳନ ଘଟିଥିଲା। ଫଳରେ ଶ୍ରମିକମାନେ ପଥର ତଳେ ଚାପି ହୋଇଯାଇଥିଲେ। ବର୍ତ୍ତମାନ ସୁଦ୍ଧା ୫୦ଟି ମୃତଦେହ ବାହାର କରାଯାଇଥିବା ଅଗ୍ନିଶମ ବିଭାଗ ଫେସ୍‌ବୁକରେ କରିଥିବା ଏକ ପୋଷ୍ଟରେ ଉଲ୍ଲେଖ କରିଛି। ଏହି ଅଞ୍ଚଳର ଉପଯୁକ୍ତ ରକ୍ଷଣାବେକ୍ଷଣ କରାଯାଉ ନ ଥିବାରୁ ବର୍ଷା ଯୋଗୁ ଭୁସ୍ଖଳନ ଘଟୁଥିବା କୁହାଯାଉଛି।

Comments are closed.