କ୍ବାରେଣ୍ଟାଇନ ଗଲେ ୫୦ ଯବାନ

ନୂଆଦିଲ୍ଲୀ :ମଧ୍ୟପ୍ରଦେଶ ଗ୍ବାଲିଅର୍ ଜିଲା ଟେକାନପୁର ଠାରେ ଥିବା ବିଏସ୍ଏଫ୍ ପ୍ରଶିକ୍ଷଣ କେନ୍ଦ୍ରରେ ଜଣେ ଅଧିକାରୀଙ୍କୁ କରୋନା ହୋଇଥିବା ଜଣାପଡ଼ିଛି। ଏଡିଜି ଓ ଆଇଜିଙ୍କ ଉପସ୍ଥିତିରେ ବିଏସ୍ଏଫ୍ର ଏକ ବୈଠକରେ ଏହି ଆକ୍ରାନ୍ତ ଅଧିକାରୀ ଜଣକ ମଧ୍ୟ ଉପସ୍ଥିତ ଥିଲେ। ତାଙ୍କ ଠାରେ ପଜିଟିଭ୍ ଜଣାପଡ଼ିବା ପରେ ସଂସ୍ପର୍ଶରେ ଆସିଥିବା ୫୦ ଜଣଙ୍କୁ କ୍ବାରେଣ୍ଟାଇନକୁ ପଠାଇ ଦିଆଯାଇଛି।