ସୁପ୍ରିମ କୋର୍ଟର ୫୦%ରୁ ଅଧିକ କର୍ମଚାରୀ କରୋନା ସଂକ୍ରମିତ: ଘରେ ରହି ବିଚାର କରିବେ ସୁପ୍ରିମକୋର୍ଟର ସମସ୍ତ ବିଚାରପତି

ନୂଆଦିଲ୍ଲୀ: ଦେଶରେ କରୋନାର ଦ୍ୱିତୀୟ ଲହର ସଂକ୍ରମଣ କ୍ଷିପ୍ରଗତିରେ ମାଡିଚାଲିଛି। ଗତ ୧୪ ଘଣ୍ଟା ମଧ୍ୟରେ ଦେଶର ସୁପ୍ରିମକୋର୍ଟର ୫୦%ରୁ ଅଧିକ କର୍ମଚାରୀ କରୋନାରେ ସଂକ୍ରମିତ ହୋଇଥିବା ଜଣାଯାଇଛି। ଏହି ରିପୋର୍ଟ ମିଳିବାପରେ ସର୍ବୋଚ୍ଚ ଅଦାଲତ ପରିସରରେ ଆତଙ୍କ ଖେଳିଯାଇଛି। ସଂକ୍ରମିତ କର୍ମଚାରୀଙ୍କୁ ଗୃହାବଦ୍ଧ ରହିବାକୁ ପରାମର୍ଶ ଦିଆଯାଇଛି। ଏଥିସହିତ ସର୍ବୋଚ୍ଚ ଅଦାଲତର ସମସ୍ତ କୋର୍ଟ ରୁମ୍‍ ଏବଂ ସମୁଦାୟ ପରିସରକୁ ସାନିଟାଇଜ କରାଯିବା ପ୍ରକ୍ରିୟା ଆରମ୍ଭ ହୋଇଛି। ଇତିମଧ୍ୟରେ ସୁପ୍ରିମକୋର୍ଟର ସମସ୍ତ ବିଚାରପତି ସେମାନଙ୍କ ଘରେ ଥାଇ ଭିଡିଓ କନଫରେନ୍ସିଂ ଜରିଆରେ ମାମଲାଗୁଡିକର ବିଚାର କରିବେ ବୋଲି ସର୍ବୋଚ୍ଚ ଅଦାଲତଙ୍କ ପକ୍ଷରୁ କୁହାଯାଇଛି।

Comments are closed.