ଭୁଲରେ ମଧ୍ୟ କରନ୍ତୁ ନାହିଁ ଏହି କାର୍ଯ୍ୟ

୧- ବାସ୍ତୁ ଅନୁଯାୟୀ, ଘରର ଉତର-ପଶ୍ଚିମ ଦିଗ ଭଗବାନ କୁବେରଙ୍କ ସ୍ଥାନ ବୋଲି କୁହାଯାଏ। ଏହି ଦିଗରେ ଅସନା-ଅପରିଷ୍କାର ଜିନିଷ ପକାନ୍ତୁ ନାହିଁ।ଏପରି କରିବା ଦ୍ୱାରା ଘରେ ଅଯଥାରେ ଟଙ୍କା ପଇସା ଖର୍ଚ୍ଚ ହୋଇଥାଏ।
୨ – ଘରର ଛାତକୁ କଦାପି ଅପରିଷ୍କାର ରଖନ୍ତୁ ନାହିଁ। ବାସ୍ତୁ ଶାସ୍ତ୍ରରେ ଏହାକୁ ଅଶୁଭ ବୋଲି କୁହାଯାଏ।
୩- ବାସ୍ତୁ ଶାସ୍ତ୍ରରେ କୁହାଯାଇଛି ଘରର ଲୁହା ଆଦି ଜିନିଷକୁ ମଧ୍ୟ ସଫା କରନ୍ତୁ। ଘରର ମୁଖ୍ୟ ଦରଜାକୁ ସଫା ରଖନ୍ତୁ। ମା’ଲକ୍ଷ୍ମୀ ଏଥିରେ ଖୁବ ପ୍ରସନ୍ନ ହୋଇଥାଆନ୍ତି।
୪- ଲୋକେ ଅଧିକାଂଶ ସମୟରେ ଘରେ ଖରାପ ବୈଦୁତିକ ଉପକରଣ ରଖିଥାଆନ୍ତି, ଏହା ଦ୍ୱାରା ଘରେ ନକରାତ୍ମକ ଶକ୍ତି ପ୍ରବେଶ କରିବା ସହ ଘରର ସଦସ୍ୟଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଖରାପ ହୋଇଥାଏ।
୫- ଘରେ ଭଙ୍ଗା ଅଇନା, କାଚ ସାମଗ୍ରୀ ଆଦି ରଖନ୍ତୁ ନାହିଁ। ଏପରି କରିବା ଦ୍ୱାରା ଘରେ କଳହ ହୋଇଥାଏ।

Comments are closed.